ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠାରୁ ଫୋକ୍ସକନ୍‌ ଦୂରେଇ ଯିବା ପରେ ଅନ୍ୟ ସଂସ୍ଥାଙ୍କ ଧାଡ଼ି ଲାଗିଛି : ବେଦାନ୍ତ

ନୂଆଦିଲ୍ଲୀ : ଗୁଜୁରାଟରେ ସେମି କଣ୍ଡକ୍ଟର ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠା ଚୁକ୍ତିରୁ ତାଇୱାନ୍‌ କମ୍ପାନୀ ଫୋକ୍ସକନ୍ ଦୂରେଇ ଯିବା ପରେ ବହୁ ସଂସ୍ଥା ସହଯୋଗୀ ହେବା ପାଇଁ ଲାଇନ୍‌ ଲଗାଇ ଥିବା କହିଛି ବିଦାନ୍ତ। ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବୁଧବାର ଏହା କହିଛନ୍ତି।
ଏହି ସେମି କଣ୍ଡକ୍ଟର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା ପାଇଁ ବେଦାନ୍ତ ମେଟାଲ-ଟୁ-ଆଏଲ କୋଙ୍ଗଲୋମେରାଟେ ଓ ଫୋକ୍ସକନ ମିଳିତ ଚିକ୍ତି କରିଥିଲେ। ଫୋକ୍ସକନ୍‌ ଏହି ଉଦ୍ୟୋଗ ପ୍ରତିଷ୍ଠାରୁ ଦୂରେଇ ଯିବାର ଦିନକ ପରେ ଅନିଲ ଏହା କହିଛନ୍ତି। ଅନେକ ସଂସ୍ଥାକୁ ସେ ସେମି କଣ୍ଡକ୍ଟର ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଧାଡ଼ିରେ ରଖିଥିବା ସୂଚନା ଦେଇଛନ୍ତି।
ସୂଚନା ଥାଉକି, ବେଦାନ୍ତ ସହ ମିଶି ଭାରତରେ ୧୯.୫ ବିଲିୟମ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଚିପ୍ ଉଦ୍ୟୋଗ ସ୍ଥାପନ ନିଷ୍ପତ୍ତିରୁ ବିଶ୍ୱର ସର୍ବବୃହତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଫୋକ୍ସକନ୍ ଓହରି ଯିବା ନେଇ ସୋମବାର ଜଣାଇଥିଲା।
ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଚିପ୍‌ ମେକିଂ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ କରିଥିବା ଉଦ୍ୟମ ଫେଲ୍ ହେବା ନେଇ ଆଲୋଚନା ଦେଖାଦେଇଥିଲା।
ଅହମଦାବାଦ୍‌ର ୧ ହଜାର ଏକର ଜମି ଉପରେ ଏହି ଉଦ୍ୟୋଗ ପ୍ରତିଷ୍ଠା ହେଉଛି। ଏହି ପ୍ରକଳ୍ପ ଜରିଆରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ଉଦ୍ୟୋଗ ପ୍ରତିଷ୍ଠାରେ ବେଦାନ୍ତ ୬୦ ପ୍ରତିଶତ ଓ ଫୋକ୍ସକୋନ୍ ୪୦ ପ୍ରତିଶତ ଅଂଶଧନ ବିନିଯୋଗ କରିବାର ଥିଲା। ଦୁଇବର୍ଷ ଭିତରେ ପ୍ଲାଣ୍ଟ ପ୍ରତିଷ୍ଠା କାମ ସାରି ଜିନିଷ ଉତ୍ପାଦନ ଆରମ୍ଭ କରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ।

ad-week
Leave A Reply

Your email address will not be published.