ଏମ୍‌ଡି ଓ ସିଇଓଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

add-all

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଗତକାଲି ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ବାନ୍ଧିଛି । ସେମାନେ ହେଲେ ସାବାରିଶ, ବିନୟ ରେଡ୍ଡି ଏବଂ ସନ୍ତୋଷ ।
ଅଭିଯୁକ୍ତମାନେ ଗତକାଲି ଖଣ୍ଡା ଏବଂ ଛୁରୀ ଧରି ଉକ୍ତ ଘରୋଇ କମ୍ପାନୀରେ ପଶିଥିଲେ। ଏହାପରେ ସେମାନେ କମ୍ପାନୀର ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ବିନୁ କୁମାର ଏବଂ ଏମଡି(ପରିଚାଳନା ନିର୍ଦ୍ଦେଶକ) ଫନିନ୍ଦ୍ର ଶୁବ୍ରମନ୍ୟମଙ୍କୁ ବାରମ୍ବାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ସୂଚନାନୁସାରେ, ଅଭିଯୁକ୍ତମାନେ ପୂର୍ବରୁ ଏହି କମ୍ପାନୀରେ କାର୍ଯ୍ୟ କରୁଥିଲେ । ପରେ ସେମାନେ କମ୍ପାନୀରୁ ଇସ୍ତଫା ଦେଇ ସମାନ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାକୁ ନେଇ ଦୁଇ କମ୍ପାନୀ ମଧ୍ୟରେ ସର୍ବଦା ପ୍ରତିଦ୍ୱନ୍ଦ୍ୱିତା ଲାଗି ରହୁଥିଲା । ଏହି କାରଣରୁ ସେମାନେ ବିନୁ କୁମାର ଏବଂ ଫଣିନ୍ଦ୍ରଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।

ad-week
Leave A Reply

Your email address will not be published.