ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ‘ଅନ୍‌ଲାଇନ୍‌’ ବାହା ହେଲେ ବରକନ୍ୟା

add-all

ସିମ୍‌ଲା: ହିମାଚଳ ପ୍ରଦେଶରେ ବର୍ଷା, ବର୍ଷାଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଭଳି ଦୁର୍ବିପାକ ଯୋଗୁଁ ଦୁଇଟି ପରିବାର ବରକନ୍ୟାଙ୍କୁ ‘ଅନ୍‌ଲାଇନ୍‌’ରେ ବାହା କରାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ପାଗ ଅତ୍ୟନ୍ତ ଖରାପ ହେବାରୁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ସିମ୍‌ଲାର ଆଶିଷ ସିଂହ ଓ କୁଲ୍ଲୁର ଶିବାନୀ ଠାକୁରଙ୍କର ବାହାଘର ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ରିପୋର୍ଟ ଅନୁସାରେ, ସୋମବାର ଦିନ ସିମ୍‌ଲାର କୋତଗଡ଼ ଗାଁରୁ ବର ରୋଶଣି କରି କୁଲ୍ଲୁ ଜିଲ୍ଲାରେ ଥିବା କନ୍ୟାଙ୍କ ସହରକୁ ଯାଇଥାଆନ୍ତେ। କିନ୍ତୁ, ସପ୍ତାହ ସାରା ଅଭୂତପୂର୍ବ ବର୍ଷା ଯୋଗୁଁ ସେ ଅଞ୍ଚଳର ରାସ୍ତାଘାଟ ଅବରୋଧ ହୋଇଯାଇଥିବାରୁ ଯୋଜନା ମୁତାବକ ବାହାଘର ସମ୍ଭପର ହେଲାନାହିଁ। ତେଣୁ, ଭିଡିଓ କଲ୍‌ ଜରିଆରେ ‘ଆଶିଷ ଓ ଶିବାନୀ’ଙ୍କ ବାହାଘର ପାଇଁ ସେମାନଙ୍କ ପରିବାର ଲୋକେ ନିଷ୍ପତ୍ତି ନେଲେ।
ଏହି ବିବାହ ଉତ୍ସବ ‘ଭର୍ଚ୍ୟୁଆଲି’ ହୋଇଥିବା କଥା ଥିଓଗର ପୂର୍ବତନ ‘ସିପିଆଇ(ଏମ୍‌)’ ବିଧାୟକ ରାକେଶ ସିଂହ ଗଣମାଧ୍ୟମକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଗ ଖରାପ ରହୁଥିବାରୁ କୁଆଡ଼େ ଗସ୍ତ ନ କରିବା ଲାଗି ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି।
କିନ୍ତୁ, ଏହି ‘ଭର୍ଚ୍ୟୁଆଲ୍‌’ ବା ‘ଅନ୍‌ଲାଇନ୍‌’ ବାହାଘର ଲାଗି କୌଣସି ‘ଅନ୍‌ଲାଇନ୍‌’ ପୁରୋହିତ ବ୍ୟବସ୍ଥା କରାଯାଇଥିଲା କିଂବା ବର ଅଥବା କନ୍ୟାଙ୍କ ନିକଟରେ କୌଣସି ପୁରୋହିତ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.