ଢେଙ୍କାନାଳ ଗସ୍ତରେ 5T ସଚିବ: ମିଲେଟ କାଫେର କଲେ ଉଦ୍‌ଘାଟନ

add-all

ଢେଙ୍କାନାଳ: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଳୀ ପୋଖରୀ ମଠ ପରିଦର୍ଶନ କରିଛନ୍ତି 5T ସଚିବ । ମଠ ପରିସରରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଢେଙ୍କାନାଳ ଷ୍ଟାଡିୟମ ପରିଦର୍ଶନ କରି ଜିଲ୍ଲା ଯୁବ ଓ କୁନି କ୍ରୀଡ଼ାବିତଙ୍କୁ ଭେଟିଥିଲେ। କେବଳ ଚାକିରି କରିବାକୁ ନୁହେଁ ଅଲମ୍ପିକ ଜିତିବାକୁ କ୍ରୀଡାବିତ ହେବା ଆବଶ୍ୟକ ବୋଲି କହିଛନ୍ତି 5T ସଚିବ।

ଏହାପରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଲେଟ କାଫେ ଉଦ୍‌ଘାଟନ କରିବା ସହ ଶ୍ରୀ ଜଗନ୍ନାଥ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ମିଲେଟ ଖାଦ୍ୟର ଗୁଣାବତା ଉପରେ ପରାମର୍ଶ ଦେଇଥିଲେ। ପରେ ମିଲେଟ କାଫେ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇଥିଲେ। ରାଜ୍ୟରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ବେଳେ ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନେ ଆର୍ଥିକ ସ୍ଥରରେ ସ୍ୱାବଲମ୍ବି ହୋଇ ପାରିବେ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ୍‌। ଏହାପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡାକ୍ତର ଓ କର୍ମଚାରି ମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଷ୍ଟାଡିୟମ୍‌ ପରିଦର୍ଶନ ପରେ କ୍ରୀଡ଼ାବିତଙ୍କୁ କି ପରାମର୍ଶ ଦେଇଛନ୍ତି ଭି. କେ ପାଣ୍ଡିଆନ।

ad-week
Leave A Reply

Your email address will not be published.