ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର

add-all

ବ୍ରହ୍ମପୁର: ଝିଅର ଶାଶୂ ଘରକୁ ଯାଇଥିବା ବାପାଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ବେହେରା (୬୨)। ଏହି ଗୁଳିମାଡ଼ର ଶିକାର ହୋଇଥିବା ଝିଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ କୁମଣ୍ଡ ଗ୍ରାମର ବିଜୟଙ୍କ ଝିଅ ଗାୟିତ୍ରୀ ସୋଡ଼କ ଗ୍ରାମରେ ବାହା ହୋଇଛନ୍ତି। ଗାୟିତ୍ରୀଙ୍କ ଶ୍ବଶୁର ଘର ପୋଲସରା ବ୍ଲକ୍‌ ଛକରେ ଘରଭଡ଼ା ନେଇ ରହୁଛନ୍ତି। ବିଜୟ ଆଜି ଝିଅ ଘରକୁ ଆସିଥିଲେ। ସଂଧ୍ୟାରେ ଝିଅର ପରିବାର ଲୋକଙ୍କ ସହିତ କଥା ହେଉଥିଲେ। ପ୍ରାୟ ୬ଟା ୫୦ମିନିଟ୍‌ରେ ହଠାତ୍‌ ଜଣେ ବ୍ୟକ୍ତି ଘରର ଝରକା ଗ୍ରିଲ୍‌ ଦେଇ ଗୁଳି ଫୁଟାଇଥିଲେ। ‌ଦେଶୀ ବନ୍ଧୁକରୁ ସେହି ବ୍ୟକ୍ତି ଜଣକ ଗୁଳି ଫୁଟାଇଥିବା ବେଳେ ବିଜୟଙ୍କ ଛାତିରେ ଗୋଟିଏ ରାଉଣ୍ଡ୍‌ ଗୁଳି ବାଜିଥିଲା। ଏହାପରେ ବିଜୟ ସେଠାରେ ଟଳି ପଡ଼ିଥିଲେ। ଏହା ଦେଖି ବାପାଙ୍କୁ ବଞ୍ଚାଇବାକୁ ଯାଇଥିବା ଝିଅ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କର ହାତରେ ମଧ୍ୟ ଗୁଳି ବାଜିଥିଲା। ଘଟଣା ପରେ ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ସେଠାରୁ ଚମ୍ପଟ ମାରିଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତ ଆଧାରରେ ସନ୍ଦେହ କରୁଛି।

ad-week
Leave A Reply

Your email address will not be published.