ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା

add-all

ରାଜସ୍ତାନ : ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ।

ଗ୍ୟାଙ୍ଗ୍‌ଷ୍ଟାର କୁଲଦୀପ ଜଘିନାଙ୍କୁ ଏକ ହତ୍ୟା ମାମଲାରେ ରାଜସ୍ଥାନର ଭାରତପୁର ପୋଲିସ ଗିରଫ କରିଥିଲା। ପୋଲିସ କୁଲଦୀପଙ୍କୁ କୋର୍ଟରେ ହାଜର ପାଇଁ ନେଉଥିଲା। ଏହି ସମୟରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣା ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୪୦ କିଲୋମିଟର ଦୂର ଜୟପୁର-ଆଗ୍ରା ଜାତୀୟ ରାଜପଥର ଅମୋଲି ଟୋଲ ପ୍ଲାଜା ନିକଟରେ ଘଟିଛି। ସୂଚନା ମୁତାବକ, ଦୁର୍ବୃତ୍ତ ପ୍ରଥମେ ପୋଲିସ ଉପରେ ଆକ୍ରମଣ କରିଥିଲେ। ପୋଲିସ କର୍ମୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ଏହାପରେ କୁଲଦୀପ ଜଘିନାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଏହି ଘଟଣା ପରେ ସମଗ୍ର ଭାରତପୁରରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପୋଲିସ ଦୁର୍ବୃତ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି। ଏହାସହ ଘଟଣାସ୍ଥଳ ନିକଟସ୍ଥ ଏକ ଗାଁରୁ ସେମାନଙ୍କ ଗାଡ଼ି ଜବତ କରିଛି।

ସୂତ୍ରରୁ ଜଣାପଡ଼ିଛି, ବିଜେପି ନେତା କୃପାଳ ଜଘିନାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ୨୦୨୨ ସେପ୍ଟେମ୍ବର ୪ରେ ବିଜେପି ନେତାଙ୍କୁ ଗୁଳି କରାଯାଇଥିଲା।

ad-week
Leave A Reply

Your email address will not be published.