ରାଜଧାନୀରେ ଶିଶୁ କନ୍ୟା ଜନ୍ମ କରି ରାସ୍ତା କଡ଼ରେ ଫୋପାଡି ଦେଇଗଲା ମା’

add-all

ଭୁବନେଶ୍ବର:  ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ୍ ରାଜଧାନୀରେ ଘଟିଲା ଅଭାବନୀୟ ଘଟଣା। ଜନ୍ମ କରି ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଗଲା ମା’।  ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଆଚାର୍ଯ୍ୟବିହାର ଛକ ନିକଟ ଅଳିଆ ଗଦାରେ ଏହି ନବଜାତ ଶିଶୁକନ୍ୟାଟିକୁ ଏକ କପଡାରେ ଗୁଡାଇ ପକେଇ ଦେଇ  କେହି ଚାଲିଯାଇଥିଲେ ।

ସେହି ବାଟ ଦେଇ  ଅପରାହ୍ନ ୧ଟା ବେଳେ ଆଖଣ୍ଡଳମଣୀ ବସ୍ତିର ଜଣେ ମହିଳା ଯାଉଥିଲେ। ସେ ଶିଶୁଟିର କାନ୍ଦ ଶୁଣି  ସେଠାକୁ ଯାଇଥିଲେ। ସେଠି ଦେଖିବାକୁ ପାଇଥିଲେ ଏକ କପଡ଼ା ଭିତରେ ଶିଶୁଟି କାନ୍ଦୁଥିଲା। ସେ ସାଙ୍ଗେ ସାଙ୍ଗେ ଶିଶୁଟିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେଏବଂ ଚିକିତ୍ସା କରିବା ପରେ ଶିଶୁଟିକୁ  ଘରକୁ ଆଣିଥିଲେ।

ସୂଚନା ପାଇବା ପରେ ସହିଦ ନାଗର ପୋଲିସ  ମହିଳାଙ୍କ ଘର ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରିଥିଲା। ଶିଶୁଟିର ଯତ୍ନ ଏବଂ ସୁରକ୍ଷାର ଆବଶ୍ୟକତା ଥିବାରୁ ସହିଦ ନାଗର ପୋଲିସ ଶିଶୁ କଲ୍ୟାଣ କମିଟି ଭୁବନେଶ୍ୱରକୁ ଯୋଗାଯୋଗ କରିଥିଲେ ​​ଏବଂ ଅଧିକ ଯତ୍ନ ଏବଂ ପରିଚାଳନା ପାଇଁ ଶିଶୁଟିକୁ ହସ୍ତାନ୍ତର କରିଥିଲା।

ad-week
Leave A Reply

Your email address will not be published.