ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା, ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ

add-all

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାଯାଇଛି। ଦିଲ୍ଲୀର ଆଲିପୁର ରୋଡରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ତୁରନ୍ତ ମେଡିକାଲ ପଠାଯାଇଛି। ଏଥିସହ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ୪ ଜଣଙ୍କ ଚିହ୍ନଟ କରି ସେମାନଙ୍କ ପରିବାରବର୍ଗଙ୍କୁ ପୁଲିସ୍‌ ସୂଚନା ଦେଇଛି।

ଏହା ପୂର୍ବରୁ ଦିଲ୍ଲୀ- ମେରଡ ଗାଜିଆବାଦ ହାଇୱେ ଉପରେ ଗତ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏକ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.