ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ

add-all

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି।
ସୂଚନା ଅନୁଯାୟୀ, ଗ୍ରାମର ବାପୁନୁ ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା।

ଗତକାଲି ରାତିରୁ ଝଗଡ଼ା ଲାଗିଥିବା ବେଳେ ଆଜି ସକାଳେ ସ୍ୱାମୀ ବାପୁନୁ ଏକ ପନିକିରେ ସ୍ତ୍ରୀ ତୁଳସୀକୁ ହାଣିଦେବାରୁ ତାର ମୃତ୍ୟୁ ଘଟିଛି। ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ୱାମୀ ବାପୁନୁକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.