୯ ଦିନ ପରେ ପୁରୀରୁ ଉଦ୍ଧାର ହେଲେ ନିଖୋଜ ଛାତ୍ର ଯୋଗେଶ

add-all

ଭୁବନେଶ୍ୱର: ରାଜଧାନୀ ମୈତ୍ରୀ ବିହାରରୁ ୧୬ ବର୍ଷର ପିଲା ନିଖୋଜ ଘଟଣା। ମିଳିଲା ନିଖୋଜ ଛାତ୍ର ଯୋଗେଶ ବାଲାଜୀ ଲିଙ୍ଗାଡ଼ିଙ୍କ ସନ୍ଧାନ। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରେସନ ଦ୍ୱାରା ପୁରୀ ଜିଲ୍ଲା ଜେନାପୁର ଅଞ୍ଚଳରୁ ଦଶମ ଶ୍ରେଣୀ ଛାତ୍ର ଯୋଗେଶଙ୍କୁ ଉଦ୍ଧାର କଲା ମୈତ୍ରୀ ବିହାର ପୋଲିସ। ସ୍କୁଲ ନଯିବାକୁ ନେଇ ଘରଲୋକ ଏବଂ ଶିକ୍ଷକ ଗାଳିଗୁଲଜ କରିବାରୁ ଘର ଛାଡି ପଳାଇଥିଲେ ନାବାଳକ।

ସୂଚନା ଅନୁସାରେ ବାଲାଜୀ ଲିଙ୍ଗାଡ଼ି ମହାରାଷ୍ଟ୍ରରୁ ଆସି ପରିବାର ସହ ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ରୁହନ୍ତି। ବାଲାଜୀଙ୍କ ପୁଅ ଯୋଗେଶ ୪ ଦିନ ସ୍କୁଲ ନଯିବାରୁ ଘର ଲୋକ ଏବଂ ଶିକ୍ଷକ ଗାଳି କରିଥିଲେ। ଯେଉଁଥିରେ ସେ ରାଗିଯାଇ ଗତ ୬ ତାରିଖରୁ କେଉଁଆଡେ ପଳେଇ ଯାଇଥିଲେ। ଅନେକ ସମୟ ଖୋଜାଖୋଜି ପରେ ବି ମିଳିନଥିଲା ନାବାଳକର ପତ୍ତା। ଫଳରେ ଯୋଗେଶଙ୍କ ପରିବାର ଲୋକେ ମୈତ୍ରୀ ଥାନାରେ ଅଭିଯୋଗ କରିଥିଲେ। ୯ ଦିନ ପରେ ଅର୍ଥାତ୍ ଆଜି ଯୋଗେଶଙ୍କ ସନ୍ଧାନ ପାଇଲା ପୋଲିସ।

ad-week
Leave A Reply

Your email address will not be published.