ଭବିଷ୍ୟତରେ ସିନ୍ଦେଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ : ସଂଜୟ ରାଉତ

add-all

ମୁମ୍ବାଇ : ମହାରାଷ୍ଟ୍ର କ୍ୟାବିନେଟରେ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପରେ ବିରୋଧୀ ଦଳ ନେତାଙ୍କ ବୟାନ ଆସିବା ଆରମ୍ଭ ହୋଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବଦଳାଯିବ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଭବିଷ୍ୟତରେ ସରକାର ଚଳାଇପାରନ୍ତି । ଅଜିତ୍ ପାୱାର ଭବିଷ୍ୟତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ନିଶ୍ଚିତ ବୋଲି ସେ ଦାବି କରିଛନ୍ତି। ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ସରକାରରେ ଅର୍ଥ ମନ୍ତ୍ରଣାଳୟ ମିଳିବା ପରେ ତାଙ୍କର ଏହି ବୟାନ ଆସିଛି ।
ସୂଚନାଯୋଗ୍ୟ ଯେ ଶୁକ୍ରବାରଦିନ ସିନ୍ଦେ କ୍ୟାବିନେଟରେ ଯୋଗ ଦେଇଥିବା ନୂଆ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗ ପ୍ରଦାନ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଭାବେ ବିବେଚନା କରାଯାଏ । ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାର ସରକାରରେ ଯୋଗ ଦେବା ପରେ ଅର୍ଥ ମନ୍ତ୍ରଣାଳୟ କୁ ନେଇ ଜିଦ୍ ଧରିଥିଲେ। ଅଜିତ ପାୱାରଙ୍କୁ ଯୋଜନା ବିଭାଗ ମଧ୍ୟ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ତଳେ ସେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରୁ ଅଲଗା ହୋଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ad-week
Leave A Reply

Your email address will not be published.