ପ୍ୟାରିସରେ ଫ୍ରାନ୍ସ ଓ ଭାରତର ଅତୁଟ ସଂପର୍କ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

add-all

ପ୍ୟାରିସ୍‌: ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍‌ସ୍‌ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍ ଦି ଲିଜନ୍‌ ଅଫ୍‌ ଅନର୍‌’ରେ ବିଭୂଷିତ କରାଯାଇଛି।
ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା ନୈଶ୍ୟ ଭୋଜିରେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏହି ସମ୍ମାନ ନିମନ୍ତେ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ କୃତଜ୍ଞତା ଜଣାଇଥିଲେ। ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି: ଆଜି ସନ୍ଧ୍ୟାରେ ‘ଏଲିଜି ପ୍ରାସାଦ’ରେ ମୋତେ ଆପ୍ୟାୟିତ କରିଥିବାରୁ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ଓ ଶ୍ରୀମତୀ ମାକ୍ରୋନ୍‌ଙ୍କୁ ଧନ୍ୟବାଦ ଜଣାଉଛି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏହି ସମ୍ମାନକୁ ଭାରତ-ଫ୍ରାନ୍‌ସ୍‌ ମୈତ୍ରୀର ନିବିଡ଼ ଆତ୍ମଚ୍ଛ୍ବାସ ବୋଲି ଅଭିହିତ କରିଛନ୍ତି।
ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।
ଅତୀତରେ ସମଗ୍ର ବିଶ୍ବରୁ ସୁନିର୍ବାଚିତ ନେତା ଏବଂ ପ୍ରଖ୍ୟାତ ବ୍ୟକ୍ତିତ୍ବମାନଙ୍କୁ ‘ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍ ଦି ଲିଜନ୍‌ ଅଫ୍‌ ଅନର୍‌’ରେ ବିଭୂଷିତ କରାଯାଇଛି। ଏହି ସମ୍ମାନପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ୍‌ ମାଣ୍ଡେଲା, କିଙ୍ଗ୍‌ ଚାର୍ଲସ୍‌-ଦି ପ୍ରିନ୍‌ସ୍‌ ଅଫ୍‌ ‌ୱାଲେଜ୍‌, ପୂର୍ବତନ ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ ଓ ଜାତିସଂଘର ପୂର୍ବତନ ମହାସଚିବ ବୋଟ୍ରସ୍‌ ବୋଟ୍ରସ୍‌-ଘାଲି।

ad-week
Leave A Reply

Your email address will not be published.