ବେକେ ପାଣିରେ ମହିଳା ଖବରଦାତାଙ୍କ ଖବର ସଂଗ୍ରହ

add-all

ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଟିକନିଖ୍ ଖବର ଯୋଗାଇଥାନ୍ତି ଖବରଦାତା। ଏହି ଖବରଦାତାଙ୍କ ପାଇଁ ଘରେ ବସି ଲୋକମାନେ ସଠିକ୍ ସୂଚନା ପାଇପାରନ୍ତି। ସେଥିପାଇଁ ଅନେକ ସମୟରେ ସେମାଙ୍କୁ ପ୍ରଶଂସା କରାଯାଏ। ବର୍ତ୍ତମାନର ଦିଲ୍ଲୀ ବନ୍ୟା ସମୟରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ତେବେ ଜଣେ ମହିଳା ଖବରଦାତା ବେକେ ପାଣିରେ ପଶି ଖବର ପରିବେଷଣ କରିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି। ତାଙ୍କର ଏ ପ୍ରକାର ଖବର ପରିବେଷଣର ଭିଡିଓ ଭାଇରାଲ୍ ହେଉଛି।

ଖବର ପରିବେଷଣର ଏହି ଉପାୟକୁ ନିନ୍ଦା କରିଛନ୍ତି ସୋସିଆଲ୍ ମିଡିଆ ୟୁଜର୍ସ। ରତନ ଧିଲୋନ ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ ଏହି ଭିଡିଓଟିକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଭିଡିଓରେ ଜଣେ ମହିଳା ଖବରଦାତା ଦିଲ୍ଲୀ ବନ୍ୟାରେ NDRF କର୍ମଚାରୀଙ୍କ ସେଫ୍ଟି ଟ୍ୟୁବ୍ ବ୍ୟବହାର କରି ରିପୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି। NDRF କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। କେହି କେହି ଭିଡିଓ ରେକର୍ଡ ମଧ୍ୟ କରୁଛନ୍ତି।

ଭିଡିଓ ପୋଷ୍ଟ କରିଥିବା ୟୁଜର୍ସ ଜଣଙ୍କ ଏହାକୁ ଖୁବ୍ ନିନ୍ଦା କରିଛନ୍ତି। ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, “ଏହା କେଉଁ ପ୍ରକାରର ରିପୋର୍ଟିଂ, ଏପରି ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ ନକରି ରିପୋର୍ଟିଂ ପାଇଁ ଏନଡିଆରଏଫ ଟିମର ସେଫ୍ଟି ଟ୍ୟୁବ୍ ବ୍ୟବହାର କରୁଛନ୍ତି। ଏପରିକି ସରକାର ମଧ୍ୟ ରିପୋର୍ଟିଂ ପାଇଁ ସୀମିତ ପରିମାଣର ବୋଟ୍ ଯୋଗାଇ ଦେଇଛନ୍ତି।” ଆମେ ଏ ପ୍ରକାରର ନ୍ୟୁଜ୍ ଚାହୁଁନାହୁଁ ବୋଲି ରତନ କହିଛନ୍ତି।

ଭିଡିଓ ଭାଇରାଲ୍ ହେବାପରେ ଅନ୍ୟ ୟୁଜର୍ସ ମଧ୍ୟ ଦୃଶ୍ୟକୁ ନିନ୍ଦା କରିଛନ୍ତି। ସାମାନ୍ୟ ପବ୍ଲିସିଟି ପାଇଁ ସମ୍ବାଦଦାତାଙ୍କ ଏପରି ଆଚରଣ ନିନ୍ଦନୀୟ ବୋଲି କହିଛନ୍ତି। ଏଥିସହ ଖବର ପରିବେଷଣ ସଂସ୍ଥାକୁ ମଧ୍ୟ ନିନ୍ଦା କରିଛନ୍ତି।

ad-week
Leave A Reply

Your email address will not be published.