ମାଟି ତଳୁ ନାବାଳକର ମୃତଦେହ ଉଦ୍ଧାର, ଦୁଇ ଦିନ ଆଗରୁ ପୋତିଥିଲା ଜିଆରପି

add-all

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶନିବାର ଜଣେ ନାବାଳକର ମୃତଦେହ ମାତିତଳୁ ଉଦ୍ଧାର କରା ଯାଇଛି।  ନାବାଳକ ଜଣକ ହେଲେ କଣ୍ଟାବାଞ୍ଜିର ଲଳିତ ଜୈନ (୧୩)। ସୂଚନା ଅନୁସାରେ ଲଳିତ ଗତ ଗୁରୁବାର ସକାଳୁ ଘରୁ କୁଆଠେ ଚାଲିଯାଇଥିଲେ। ହେଲେ ପରିବାର ବର୍ଗ ବହୁତ ଖୋଜା ଖୋଜି କରି ମଧ୍ୟ ପାଇ ନଥିଲେ। ଶେଷରେ ସେହି ଦିନ ହିଁ ପରିବାର ବର୍ଗ ରାତିରେ କଣ୍ଟାବାଞ୍ଜି ଥାନାରେ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସେଦିନ ସକାଳୁ କଣ୍ଟାବାଞ୍ଜିରୁ ମୁରିବାହାଲ ଯାଇଥିବା ରେଳଲାଇନ୍‌ରୁ ଏକ ମୃତଦେହକୁ ଜିଆରପି ପୁଲିସ ଉଦ୍ଧାର କରିଥିଲା। ମୃତଦେହ ବିକୃତ ହୋଇ ଯାଇଥିବାରୁ ଏହା ଚିହ୍ନି ହେଉ ନ ଥିଲା। ପୁଣି ଶବକୁ ନେବା ପାଇଁ କେହି ଦାବିଦାର ମଧ୍ୟ ଡାକ୍ତରଖାନା ପହଞ୍ଚି ନଥିଲେ।

ଏପଟେ ଡାକ୍ତରଖାନାର ଶବାଗୃହରେ ମୃତଦେହ ରଖିବା ପାଇଁ ବ୍ୟବସ୍ଥା ନାହିଁ। ତେଣୁକରି ଅଚିହ୍ନା ମୃତଦେହ ଭାବି ଜିଆରପି ପୁଲିସ ଡାକ୍ତରଖାନାରୁ ଆମ୍ବୁଲାନ୍ସ ସାହାଯ୍ୟରେ ନେଇ ଶବକୁ ଏକ ମଶାଣି ଠାରୁ ଅଳ୍ପ ଦୂରରେ ଗାତ ଖୋଳି ପୋତି ଦେଇଥିଲା। ନିଖୋଜ ହୋଇଥିବା ମାମଲାର ତଦନ୍ତ କରୁଥିବା ଟାଉନ ପୋଲିସ ପରେ ଜାଣି ପାରି ପରବାର ବର୍ଗଙ୍କ ଉପସ୍ଥିତ ରେ ଆଜି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା, ଥାନା ଅଧିକାରୀ ରଶ୍ମିତା ବେହେରା, ଜିଆରପି ଅଧିକାରୀ ସୀତାରାମ ସୁନାରୀଙ୍କ ସମ୍ମୁଖରେ ମାଟି ତଳୁ ଶବ ଉଦ୍ଧାର କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି। ନାବାଳକ କୋଣସି କଥାକୁ ନେଇ ଆତ୍ମହତ୍ୟା କରିଛି ତାହା ଏବେ ଅସ୍ପଷ୍ଟ।

ad-week
Leave A Reply

Your email address will not be published.