ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ ଲାଗି ୬ କୋଟି ୪୧ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର : ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା  କରିଥିଲେ। ଏହା ପରେ ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ  ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ସଂପର୍କରେ  ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ବୀର ସୁରେନ୍ଦ୍ର ସାଏ ଜନ୍ମପୀଠ ଉନ୍ନୟନ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ  ହେବ। ୧.୧୪୫ ଏକର  ଜମିରେ  ହେବାକୁ  ଥିବା  ଏହି  ପ୍ରକଳ୍ପରେ  ସୁରେନ୍ଦ୍ର   ସାଏଙ୍କ   ପୂର୍ଣ୍ଣାବୟବ  ପ୍ରତିମୂର୍ତ୍ତି  ସହ ସ୍ମୃତି  ସଦନ ମଧ୍ୟ ନିର୍ମାଣ କରାଯିବ।

ସେଠାରେ  ଥିବା  ସଂଗ୍ରହାଳୟ  ଓ  ପାଠାଗାରର  ପୁନରୁଦ୍ଧାର  କରାଯିବା ସହ ଉଦ୍ୟାନର  ବିକାଶ  କରାଯିବ । ସୁନ୍ଦର୍  ଭାବରେ  ଆଲୋକୀକରଣ  ମଧ୍ୟ  କରାଯିବ। ସେଠାରେ ଥିବା  ମଞ୍ଚ ଓ  ସମାବେଶ  ସ୍ଥଳର  ଉନ୍ନତୀକରଣ  କରାଯିବ।

ବୀର ସୁରେନ୍ଦ୍ର ସାଏ ଓଡିଆ ଜାତିର ଆଦ୍ୟସ୍ମରଣୀୟ ବକ୍ତିତ୍ୱ । ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ଯୋଗୁଁ ବ୍ରିଟିସ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ  ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି।

ad-week
Leave A Reply

Your email address will not be published.