ସମ୍ପର୍କୀୟ ଭାଇର କଟୁରି ଚୋଟରେ ଜଣେ ଗୁରୁତର

add-all

ମାଲକାନଗିରି : ମାଲକାନଗିରି ସମ୍ପର୍କୀୟ ଭାଇର କଟୁରି ଚୋଟରେ ଆହତ ଅବସ୍ଥାରେ ମେଡିକାଲ ରେ ଭର୍ତି ହେଲେ ରାମାମାଡି । ଖବରରୁ ପ୍ରକାଶ ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଂଚାୟତ ନିକଟ ଚେରକୁଗୁଡା ଗାଁର ରାମା ମାଡିଙ୍କ ସହ ସମ୍ପର୍କୀୟ ଭାଇ ମାଲା ମାଡକାମୀର ସମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହେଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ମାଲା ମାଡକାମୀ ଏକ ଧାରୁଆ କଟୁରି ସାହାଯ୍ୟରେ ରାମାର ବେକ,ପିଠି ଓ ଛାତିକୁ ଆକ୍ରମଣ କରିବା ସହ ଦୟନୀୟ କରି ସେଠାରୁ ଫେରାର ହୋଇଯାଇ ଥିଲା । ପରେ ପରେ ଗ୍ରାମବାସୀ ଆହତ ଅବସ୍ଥାରେ ରାମା କୁ ପ୍ରାଥମିକ ଚିକିତ୍ସା ପାଇଁ ପଡିଆ ମେଡିକାଲରେ ଭର୍ତ୍ତି କରିଥିଲେ ପ୍ରାଥମିକ ଚିକିତ୍ସା ପରେ ପଡିଆ ମେଡିକାଲରୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.