ବିଶ୍ୱ ଯୁବକୌଶଳ ଦିବସ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବକୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଈଛି | ତମାଖୁମୁକ୍ତ କଲେଜ କ୍ୟାମ୍ପସକୁ ନେଇ, ତମାଖୁର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକକୁ ନେଇ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବିଶ୍ୱ ଯୁବ କୌଶଳ ଦିବସ ଉପଲକ୍ଷେ ନୃତ୍ୟ, ସଂଗୀତ ଓ ଦୌଡ ପ୍ରତଯୋଗିତା ହୋଇଥିଲା, ଅଧ୍ୟାପକ ଶଙ୍କର ପାଢ଼ୀ,ବିକାଶ ମୁଖି, ଅଧ୍ୟାପିକା ଚମ୍ପା ସୋରେନ, ଶିବାନୀ କଁହର, ବିଚାରକ ଥିଲେ, ତପିସା ବେହେରା ସଂଗୀତ ରେ ପ୍ରଥମ, ସ୍ନେହାରାଣୀ ପଟ୍ଟନାୟକ ନୃତ୍ୟ ରେ ପ୍ରଥମ, ଅଙ୍କିତା ଅପରାଜିତା ମହାପାତ୍ର ତର୍କ ରେ ପ୍ରଥମ, ପିନଜ ପ୍ରଧାନ ଓ ରିଚା ପ୍ରଧାନ ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲେ, ଅଧ୍ୟାପକ ଅମୂଲ୍ୟ ସାବତ, ଗିଦ୍ୟାନ ଦିଗାଲ, ସୁଶାନ୍ତ ଭୋଳ, ଜ୍ଞାନ ରଞ୍ଜନ ଭୋଇ, ଅଧ୍ୟାପିକା ମୀରାମ୍ବିକା ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.