ଦାରିଙ୍ଗବାଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଫାଟକ ସମ୍ମୁଖରେ ଧାରଣା

add-all

ଦାରିଙ୍ଗବାଡ଼ି (୧୭/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷାଗାରରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ନେଇ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଘଟଣାରେ ବ୍ଳକ ପ୍ରଶାସନ ତଥା ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ଧାରଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିଥିଲେ। ମୁଖ୍ୟ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଆଜକୁ ପାଞ୍ଚ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଆଜ ଯାଏ ବିଜ୍ଞାନ ଅଧ୍ୟୟନ ପାଇଁ ପରୀକ୍ଷାଗାରରେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ନାହିଁ।

ଏଥିନେଇ ଛାତ୍ରଛାତ୍ରୀ ଅନେକ ବାର ଅଭିଯୋଗ କରିଥିଲେ ମଧ୍ୟ ଆଜ ଯାଏ ସଫଳ ହୋଇ ନାହିଁ। ଏଥି ପାଇଁ ବାଧ୍ୟହୋଇ ଛାତ୍ରଛାତ୍ରୀ ଝିପି ଝିପି ବର୍ଷାରେ ଧାରଣା ଦେଇଥିଲେ । ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧାରଣା ପ୍ରତ୍ୟାହାର କରିଥିଲେ ।

ad-week
Leave A Reply

Your email address will not be published.