କନ୍ଧମାଳର ନୃତ୍ୟଶିଳ୍ପୀମାନେ ଭୁବନେଶ୍ଵରରେ ସମ୍ବର୍ଦ୍ଧିତ

add-all

ଫୁଲବାଣୀ : ଭୁବନେଶ୍ଵର ସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ତ୍ରିଧାରା ଅନୁଷ୍ଠାନ ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ ଡ ଦେବପ୍ରସାଦ ଦାସ ଙ୍କ ୩୭ ତମ ଶ୍ରଦ୍ଧାଞ୍ଜଳି ଉତ୍ସବରେ କନ୍ଧମାଳର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିରର ଶୀଳ୍ପି ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟରେ ଅଭିନୟ ମୋତେ ସେହି ରୂପ ଦେଖାଅ ହରି ପରିବେଷଣ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ମାନ୍ୟବର ରାଜ୍ୟସଭା ସାଂସଦ ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ, ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ତ୍ରିଧାରାର ଗୁରୁ ଡଃ ଗଜେନ୍ଦ୍ର ପଣ୍ଡା ନଟରାଜ କଳା ମନ୍ଦିରର ନୃତ୍ୟ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାତ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଏହା କନ୍ଧମାଳ ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବ ଆଣିଦେଇଛି ।

ad-week
Leave A Reply

Your email address will not be published.