ସିଆଚେନ୍‌ ଗ୍ଲାସିଅର୍‌ରେ ଗୁଳିମାଡ଼, ଆର୍ମି ଅଫିସର ମୃତ

add-all

ନୂଆଦିଲ୍ଲୀ : ସିଆଚେନ ଗ୍ଲାସିୟରରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଆର୍ମି ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ଯବାନମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସମସ୍ତଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି।
ଆର୍ମି ପକ୍ଷରୁ କୁହାଯାଇଛି ଯେ “ଆଜି ଭୋର ୩.୩୦ରେ ଗୁଳିମାଡ଼ ଘଟଣା ସିଆଚେନ ଗ୍ଲାସିଅର୍‌ରେ ଘଟିଛି। ଜଣେ ଆର୍ମି ଅଫିସର ପ୍ରାଣ ହରାଇଥିବା ବେଳେ ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।”
କଶ୍ମୀରର ଅବସ୍ଥାପିତ ସିଆଚେନ ଗ୍ଲାସିଅର ହେଉଛି ବିଶ୍ୱର ଅନ୍ୟତମ ବରଫ ପାହାଡ଼। ଏହାର ଦୈର୍ଘ୍ୟ ୭୧ କିମି। ଏଠାରେ ପ୍ରବଳ ଥଣ୍ଡା ଓ ନିୟମିତ ହିମସ୍ଖଳନ ସତ୍ତ୍ୱେ ଭାରତୀୟ ଯବାନମାନେ ଦେଶର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି।
ଏଠାରେ ଦେଖାଯାଉଥିବା ଖରାପ ପାଗ ଯୋଗୁ ଅନେକ ସେନା ଯବାନ ପ୍ରାଣ ହରାଇବାର ନଜିର ରହିଛି। ଏବେ ଗୁଳିମାଡ଼ରେ ଆର୍ମି ଅଫିସରଙ୍କ ଜୀବନ ଯିବା ସମସ୍ତଙ୍କୁ ବିଚଳିତ କରିଛି।

ad-week
Leave A Reply

Your email address will not be published.