ସୋନିଆଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଲେ ମୋଦି

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭିତରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି ଗୃହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ।
ଏହି ସମୟରେ ମୋଦି ହଠାତ୍‌ ଚାଲିଚାଲି ସୋନିଆଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ତାଙ୍କ ଦେହ କେମିତି ଅଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସୋନିଆ ଗାନ୍ଧି ସବୁ କିଛି ଠିକଠାକ ରହିଥିବା କହିଥିଲେ।
ମଣିପୁରର ଭାଇରାଲ ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ସଂସଦରେ ଘେରୁ ଥିବା ବେଳେ ମୋଦି ଆଜି ସୋନିଆଙ୍କୁ ଭେଟିଛନ୍ତି। ସେହିପରି ବେଙ୍ଗାଲୁରୁରେ ବିରୋଧୀଙ୍କ ମହାବୈଠକ ପରେ ସୋନିଆଙ୍କ ସହ ମୋଦି ପ୍ରଥମଥର ପାଇଁ କଥା ହୋଇଛନ୍ତି।
ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀଙ୍କ ମହାବୈଠକ ପରେ ସୋନିଆ ଓ ତାଙ୍କ ପୁଅ ରାହୁଲ ଗାନ୍ଧି ପ୍ରାଇଭେଟ ଜେଟରେ ଦିଲ୍ଲୀ ଫେରୁଥିଲେ। ଏହି ସମୟରେ ଖରାପ ପାଗ ଯୋଗୁ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଭୋପାଲରେ ବିମାନର ଜରୁରୀ ଅବତରଣ କରାଯାଇଥିଲା।
ବିମାନରେ ବୈଷୟିକ ତ୍ରୁଟି ଯୋଗୁ ସୋନିଆଙ୍କୁ ଅକ୍ସିଜେନ ମାସ୍କ ମଧ୍ୟ ପିନ୍ଧିବାକୁ ପଡ଼ିଥିଲା। ଏହାର ଫଟୋ ଶେୟାର କରି ରାହୁଲ ଗାନ୍ଧି ବେଶ ଭାବପ୍ରବଣ ମଧ୍ୟ ହୋଇଥିଲେ। ରାହୁଲ ବୁଧବାର ସୋନିଆଙ୍କ ଅକ୍ସିଜେନ ମାସ୍କ ଫଟୋ ଶେୟାର କରିଥିବା ବେଳେ ଆଜି ମୋଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି।

ad-week
Leave A Reply

Your email address will not be published.