ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ…

add-all

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଥିବା ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ପରେ ବିଜେପି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।
ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ପ୍ରଦାନ କରିଥିବା ସର୍ତ୍ତମୂଳକ ଜାମିନରେ ସର୍ତ୍ତ ରଖିଛନ୍ତି ଯେ ଅଦାଲତର ବିନା ଅନୁମତିରେ ସେମାନେ ଦେଶ ଛାଡି ପାରିବେ ନାହିଁ, ସେମାନେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ପ୍ରମାଣରେ ବିଭ୍ରାଟ କରିବେ ନାହିଁ ବୋଲି ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ରାଜଧାନୀର ପୁଲିସ ସିଂହଙ୍କ ଜାମିନ ଆବେଦନକୁ ବିରୋଧ ନ କରିବାରୁ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ।

ad-week
Leave A Reply

Your email address will not be published.