ଏଟିଏସ୍‌ ଜେରା ଭିତରେ ସଚିନଙ୍କ ସହ ନିଜ ବାହାଘରର ଫଟୋ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ସୀମା

add-all

ନୂଆଦିଲ୍ଳୀ: ବେନିୟମ୍‌ ଭାବେ ନେପାଳ ସୀମା ପାର୍‌ କରି ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ କାହାଣୀ ପ୍ରତିଦିନ ନୂଆ ମୋଡ଼‌ ନେଉଛି। ହିନ୍ଦୁସ୍ତାନୀ ପ୍ରେମିକ ସଚିନ ମୀନାଙ୍କ ପାଇଁ ସୀମା ପାକିସ୍ତାନ ଛାଡ଼ି ହିନ୍ଦୁସ୍ତାନ ଆସିଥିବା ବେଳେ ସେ ପାକ୍‌ ଗୁପ୍ତଚର ଏଜେନ୍ସିର ଏଜେଣ୍ଟ୍‌ ହୋଇ ଥାଇପାରନ୍ତି ବ‌ୋଲି ସନ୍ଦେହ କରାଯାଉଛି।
ସୀମାଙ୍କୁ ଏବେ କଡ଼ା ନଜର ରଖିଛି ଆଣ୍ଟି ଟେରୋରିଷ୍ଟ୍‌ ସ୍କ୍ବାଡ୍‌ (ଏଟିଏସ୍‌)। ଉଭୟ ସୀମା ଓ ସଚିନଙ୍କୁ ଏଟିଏସ୍‌ ନେଇ ପଚରାଉଚରା କରି ବହୁ ତଥ୍ୟ ହାତେଇଥିବା ବେଳେ ‌ଏବେ ଏକ ନୂଆ ଖେଳ ଖେଳିଛନ୍ତି ପାକିସ୍ତାନୀ ମହିଳା ଜଣକ।
ସେ ବିଶ୍ବାସ ଜନ୍ମାଇବା ପାଇଁ ସଚିନଙ୍କୁ ବିବାହ କରିଥିବା ବେଳର ଏକ ଫଟୋକୁ ରାଷ୍ଟ୍ରପତି ଭବନକୁ ପଠାଇଥିବା ସୂଚନା ରହିଛି। ସୀମାଙ୍କୁ ଏଟିଏସ୍‌‌ ତିନି ଦିନ ଧରି ଜେରା କରି ସାରିଲାଣି। ବେନିୟମ୍‌ ଭାବେ ପାକିସ୍ତାନରୁ ଆସିଥିବାରୁ ସୀମାଙ୍କ ଉପରେ ତୀକ୍ଷ୍ମ ନଜର ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର ନିଜର ୪ ପିଲାଙ୍କ ସହ ନେପାଳ ଦେଇ ତାଙ୍କ ପ୍ରେମିକ ସଚିନ ମୀନା ପାଖକୁ ଭାରତ ଆସିବା ପାଇଁ ନେପାଳର ପୋଖରାରେ ଯେତେବେଳେ ବସ୍‌ରେ ଚଢ଼ିଥିଲେ ସେତେବେଳେ ସେ ନିଜକୁ ‘ପ୍ରୀତି’ ବୋଲି ପରିଚୟ ଦେଇଥିଲେ। ତାଙ୍କୁ ଯେତେବେଳେ ପରିଚୟପତ୍ର ମଗାଗଲା ସେ ନିଜକୁ ଭାରତୀୟ ଓ ତାଙ୍କର ଆଧାର କାର୍ଡ ଅଛି ବୋଲି ଦୃଢ଼ତାର ସହ କହିଥିଲେ। ସେ ଯେଉଁ ବସ୍‌ରେ ଆସିଥିଲେ ସେହି ବସ୍ ସେବାର ମ୍ୟାନେଜର ଗୁରୁବାର ଏକ ଭାରତୀୟ ଗଣମାଧ୍ୟମ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି। ବୁଧବାର ମିଳିଥିବା ସୂଚନା ଅନୁସାରେ, କାଠମାଣ୍ଡୁର ହୋଟେଲରେ ରହିବା ବେଳେ ସୀମା ଓ ସଚିନ ନିଜର ନକଲି ପରିଚୟ ଦେଇଥିଲେ।

ad-week
Leave A Reply

Your email address will not be published.