ପ୍ରଧାନମନ୍ତ୍ରୀ ରୋଜଗାର ମେଳା, ୭୦ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ନୂଆ ସରକାରୀ ଚାକିରି ପାଇଥିବା ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି । ରୋଜଗାର ମେଳା ପାଖାପାଖି ଦେଶର ୪୪ଟି ସ୍ଥାନରେ ଆୟୋଜିତ କରାଯାଇଛି । ଏଥିରେ ଓଡିଶାର ଭୁବନେଶ୍ୱର ମଧ୍ୟ ସାମିଲ ରହିଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ  ୭ମ ରୋଜଗାର ମେଳା ।

ଓଡିଶାରେ ଆୟୋଜିତ ହୋଇଥିବା ମେଳାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ରୋଜଗାର ପାଇଥିବା ଯୁବପିଢି ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜଳସେଚନ ବିଭାଗ, କର୍ମଚାରୀ ଏବଂ ତାଲିମ ଏବଂ ଗୃହ ବିଭାଗ ସହିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ସରକାର ଯୋଗଦେବେ ।

ad-week
Leave A Reply

Your email address will not be published.