ପଶ୍ଚିମବଙ୍ଗରେ ମଣିପୁର ଘଟଣା, ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର ଭିଡିଓ ଭାଇରାଲ୍

add-all

ମଣିପୁର :ଦିନକୁ ଦିନ ଦୋହଲି ଯାଉଛି ଦେଶର ସୁରକ୍ଷା ବ୍ୟବସ୍ଥା। ନାରୀ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଏକ ବିରାଟ ପ୍ରଶ୍ନବାଚୀ। ମଣିପୁର ଭଳି ପଶ୍ଚିମବଙ୍ଗରେ ବି ନାରୀ ନିର୍ଯାତନାର ପାଶବୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର ଭିଡିଓ ଭାଇରାଲ୍ ହେଉଛି। 

ପ୍ରାଥମିକ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଏହି ଘଟଣା ତିନିରୁ ଚାରି ଦିନ ପୂର୍ବର। ମାଲଦାର ପାକୁଆହାଟରେ ସ୍ଥାନୀୟ ଲୋକମାନେ ଏହି ଦୁଇ ମହିଳାଙ୍କୁ ଚୋରି ଅଭିଯୋଗରେ କାବୁ କରିଥିଲେ। କାବୁ କରିବା ପରେ କିଛି ମହିଳା ଦୋକାନୀ ସେମାନଙ୍କୁ ମାଡ ମାରିଥିଲେ। ଭିଡିଓରେ ଦୁଇ ମହିଳା ଅର୍ଦ୍ଧଲଗ୍ନ ହୋଇ ଜୋରରେ ଦୌଡି ପଳାଇ ଯାଉଥିବା ଦେଖିବାକୁ ମିଳୁଛି। ମାମଲାକୁ ନେଇ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଇ ନାହିଁ। ପୋଲିସ କହିଛି ଯେ, ଯେଉଁମାନେ ମାଡ ମାରିଥିଲେ ସେମାନେ ଭୟରେ ଅଭିଯୋଗ କରୁନାହାନ୍ତି। କିନ୍ତୁ ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ତା ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଗଣତନ୍ତ୍ର ଶାସନରେ ଆଇନ-କାନୁନ, କୋର୍ଟ-କଚେରୀ ଥାଉ ଥାଉ ଜନସାଧାରଣ ଆଇନକୁ ନିଜ ହାତକୁ ନେବା କେତେ ଦୂର ଠିକ୍। ଚୋରି ଅଭିଯୁକ୍ତ ପୁରୁଷ ହୁଅନ୍ତୁ ଅବା ମହିଳା ସେମାନଙ୍କୁ କାବୁ କରି ପୋଲିସରେ ଜିମା ଦେବା ନାଗରିକଙ୍କ କର୍ତ୍ତବ୍ୟ। ମାତ୍ର ଏପରି ନକରି ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ସଭ୍ୟ ସମାଜ ପାଇଁ ନିହାତି ଭାବେ ନିନ୍ଦନୀୟ। ନିକଟରେ ମଣିପୁରରେ ଏପରି ଘଟଣାକୁ ନେଇ ଭାରତ ଏବେ ବିଶ୍ୱଦରବାରରେ ଲଜ୍ଜିତ ହୋଇଛି। ଜନସାଧାରଣ ଏପରି ଘୃଣ୍ୟ କାର୍ଯ୍ୟରୁ ଦୂରେଇ ରହିଲେ ଦେଶ ତଥା ଜାତି ପାଇଁ ଶୁଭଙ୍କର ହେବ। 

ad-week
Leave A Reply

Your email address will not be published.