ଜବରଦଖଲ ହଟାଇବାକୁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍

add-all

ନୂଆଦିଲ୍ଲୀ : ଜବରଦଖଲ ହଟାଇବା ପାଇଁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ଉତ୍ତର ରେଲୱେ ପ୍ରଶାସନ ଏହି ନୋଟିସ୍ ଜାରି କରିଛି। ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ମସଜିଦ- ବଙ୍ଗାଳୀ ମାର୍କେଟ ମସଜିଦ ଏବଂ ବାବର ଶାହା ଟକିୟା ମସଜିଦକୁ 15 ଦିନ ମଧ୍ୟରେ ଜବରଦଖଲ ହଟାଇବାକୁ ନୋଟିସରେ ଉଲ୍ଲେଖ କରାଯାଇଛି।

ରେଳବାଇ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ଯେ, ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ଜବରଦଖଲ ହଟାନଯାଏ, ତେବେ ସେମାନେ ଆଇନଗତ ପଦକ୍ଷେପ ନେବେ। ଜାରି କରାଯାଇଥିବା ବିଜ୍ଞପ୍ତିରେ ରେଳ ପ୍ରଶାସନ କହିଛି ଯେ, ସେମାନଙ୍କ ଜମି ବେଆଇନ ଭାବେ ଜବରଦଖଲ କରାଯାଇଛି ଏବଂ ସେମାନେ ସମ୍ପୃକ୍ତ ସମ୍ପତ୍ତିରେ ନିର୍ମିତ କୌଣସି ଅନଧିକୃତ କୋଠା, ମନ୍ଦିର, ମସଜିଦକୁ ହଟାଇବା ପାଇଁ ଅନୁରୋଧ କରାଯାଇଛି।

ଏହି ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଏହି ପ୍ରକ୍ରିୟା ସମୟରେ ହୋଇଥିବା କ୍ଷତି ପାଇଁ ଜବରଦଖଲ କରିଥିବା ପକ୍ଷ ଦାୟୀ ରହିବେ, ଏଥିରେ ରେଳ ପ୍ରଶାସନ କୌଣସି ଭରଣପୋଷଣ କରିବ ନାହିଁ। ବିନା ଅନୁମତିରେ ରେଳବାଇ ଜମିରେ ଏହି ନିର୍ମାଣ କରାଯାଇଥିବା ରେଳ କର୍ତ୍ତୃପକ୍ଷ ମତ କହିଛନ୍ତି। ସେପଟେ ଶତାଦ୍ଦୀ ଶତାବ୍ଦୀ ଧରି ଏହି ସ୍ଥାନରେ ଧାର୍ମିକ ଓ ଐତିହାସିକ ମୂଲ୍ୟବୋଧ ରହିଆସିଛି ବୋଲି ମସଜିଦ କମିଟି କହିଛନ୍ତି।

ad-week
Leave A Reply

Your email address will not be published.