ମୁମ୍ବାଇ ପୁଲିସ୍କୁ ଧମକ ପୂର୍ଣ୍ଣ ଟେଲିଫୋନ : ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ

add-all

ମୁମ୍ବାଇ: ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ। ଆଜି ମୁମ୍ବାଇ ପୁଲିସ ପାଖକୁ ଏଭଳି ଥ୍ରେଟ୍ କଲ୍ ଆସିଥିବା ଜଣାପଡ଼ିଛି। କଲ୍ କରିଥିବା ବ୍ୟକ୍ତି ପୁଲିସକୁ କହିଛନ୍ତି ଯେ, ୨ଜଣ ପାକିସ୍ତାନୀ ନାଗରିକ ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ମୁମ୍ବାଇରୁ ଗୋଆ ଯାଉଛନ୍ତି। କଲ୍ କରିଥିବା ବ୍ୟକ୍ତି ପାଣ୍ଡେ କହୁଛି ବୋଲି ପୁଲିସକୁ ନିଜର ପରିଚୟ ଦେଇଥିବା ସାମ୍ନାକୁ ଆସିଛି।
ଏଭଳି ଥ୍ରେଟ୍ କଲ୍ ପାଇବା ପରେ ଏବେ ତଦନ୍ତ କରିବାରେ ଲାଗିପଡ଼ିଛି ମୁମ୍ବାଇ ପୁଲିସ। ସପ୍ତାହେ ମଧ୍ୟରେ ମୁମ୍ବାଇ ପୁଲିସକୁ ଦ୍ବିତୀୟ ଥର ଏଭଳି ଥ୍ରେଟ୍ କଲ୍ ଆସିଥିବା ଜଣାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ମୁମ୍ବାଇ ପୁଲିସକୁ ଏକ ଥ୍ରେଟ୍ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ପୁଲିସକୁ କହିଥିଲେ ଯେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବଂ ମୋଦୀ ସରକାର ଏବେ ଟାର୍ଗେଟରେ ଅଛନ୍ତି। ମୁମ୍ବାଇର ଅନେକ ସ୍ଥାନରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ବେଳେ ପୁଣି ଥରେ ୨୬/୧୧ଭଳି ଆକ୍ରମଣ କରାଯିବ। ତେବେ କଲ୍ କରିଥିବା ବ୍ୟକ୍ତି ନିଜର ପରିଚୟ ଦେଇନଥିବାରୁ ଏବେ କଲ୍ କରିଥିବା ବ୍ୟକ୍ତିକୁ ଖୋଜୁଛି ପୁଲିସ। ଏହା ସହ ସେ ଦେଇଥିବା ସୂଚନାରେ କେତେ ସତ୍ୟତା ରହିଛି ତାହାର ଯାଞ୍ଚ ବି ପୁଲିସ କରୁଛି।

ad-week
Leave A Reply

Your email address will not be published.