ସାମ୍ନାକୁ ଆସିଲା ସୀମା ଓ ବସ ମ୍ୟାନେଜରଙ୍କ ହ୍ବାଟସ ଆପ ଚାଟ

add-all

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ଓ ସଚିନ ମିନାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରୁ ନେପାଳ ଆସିବା ସମୟରେ ତାଙ୍କୁ ଜଣେ ପାକିସ୍ତାନୀ ଟ୍ରାଭେଲ ଏଜେନ୍ସି ସାହାଯ୍ୟ କରିଥିଲେ ବୋଲି ସୀମା ଗଣମାଧ୍ୟମ ସାମ୍ନାରେ କହିଥିଲେ। ରବିବାର ସୀମା ଓ ଜଣେ ବସ ମ୍ୟାନେଜରଙ୍କ ହ୍ବାଟସ ଆପ ଚାଟ ସାମ୍ନାକୁ ଆସିଛି।
ଏହି ଚାଟରେ ପାକିସ୍ତାନୀ ମହିଳାଙ୍କୁ ନେପାଳରୁ ଭାରତ ଆସିଥିବ‌ା ବସର ନମ୍ବର ଓ ପୋଖରାର ସେହି ସ୍ଥାନର ଲୋକେସନ ବି ପଠାଯାଇଥିଲା ଯେଉଁଠାରୁ ମଇ ୧୨ ସକାଳ ୭ଟାରେ ବସ ବାହାରିଥିଲା।
ବସ ସେବାର ମ୍ୟାନେଜର ପ୍ରସନ୍ନା ଗୌତମ ସୀମାଙ୍କୁ ଗୁଗୁଲ ପେ ଜରିଆରେ ପେମେଣ୍ଟ କରିବାକୁ କହିଥିଲେ। ଏହାର ଉତ୍ତରରେ ସୀମା ‘ମିନା ଜି’ଙ୍କ ନମ୍ବର ପଠାଇ କହିଥିଲେ, ‘ଭାଇ ୟାଙ୍କୁ ମେସେଜ ପଠାଇ ଦିଅନ୍ତୁ।’ ଏହି ଚାଟରେ ଆଗକୁ ବସ ମ୍ୟାନେଜର ଲେଖିଛନ୍ତି,‘ ବାକିଥିବା ପେମେଣ୍ଟ ପଠାଇବା ପରେ ସ୍କ୍ରିନ ସଟ ପଠାଇଦେବ।’
ପ୍ରକାଶିତ ରିପୋର୍ଟ ମୁତାବକ, ନେପାଳରୁ ଭାରତ ଆସିବା ସମୟରେ ସୀମାଙ୍କ ପାଖରେ ଅର୍ଥ ନଥିଲା। ତେଣୁ ସୀମାଙ୍କୁ ଭାରତ ଆସିବା ସମୟରେ ଯାହା ବି ଆର୍ଥିକ ସମସ୍ୟା ଦେଖା ଦେଇଥିଲା ତାକୁ ଭାରତରେ ଥିବା ସଚିନ ପୂରଣ କରିଥିଲେ।
ଏଥିସହିତ ଆଉ ଏକ ଖବର ସାମ୍ନାକୁ ଆସିଛି କି, ସଚିନ ମିନା ବସ ଏଜେଣ୍ଟଙ୍କୁ ଗ୍ରେଟର ନୋଏଡାରୁ ଫୋନ କରି ଟି‌କେଟ ବୁକ କରିବାକୁ କହିବା ସହିତ କହିଥିଲେ ପୋଖରାରୁ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ବି ଆସୁଛନ୍ତି। ସେ ତାଙ୍କ ସ୍ତ୍ରୀ ଓ ଦୁଇପିଲାଙ୍କର ମୁସଲମାନ ନାମ ନଜଣାଇ ହିନ୍ଦୁ ନାମ ଜଣାଇଥିଲେ।

ad-week
Leave A Reply

Your email address will not be published.