ଯାଞ୍ଚ ପାଇଁ ପାକିସ୍ତାନ ଦୂତାବାସକୁ ପଠାଗଲା ସୀମାଙ୍କ ପରିଚୟ ପତ୍ର ଓ ପାସପୋର୍ଟ, ହୋଇପାରେ ବଡ଼ ଖୁଲାସା

add-all

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହି ପାକିସ୍ତାନୀ ମହିଳା ତାଙ୍କ ଚାରି ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ଭାରତ ଆସିଥିବା ବେଳେ ଦୁହେଁ ଅନଲାଇନ୍ ଗେମ୍ ପବଜି ଖେଳିବା ସମୟରେ ପ୍ରେମରେ ପଡ଼ିଥିବା କହିଥିଲେ। ଦୁହେଁ ନେପାଳର ପଶୁପତିନାଥ ମନ୍ଦିରରେ ବିବାହ କରିଥିବା ମଧ୍ୟ ଦାବି କରିଛନ୍ତି। ତେବେ ସୀମା ମେ’ ମାସରେ ଭାରତ ଆସିଥିଲେ ବି ଏବେ ତାଙ୍କୁ ନେଇ ଖୋଳତାଡ଼ ଆରମ୍ଭ କରିଛି ୟୁପି ଏଟିଏସ। ସୀମାଙ୍କୁ ପଚରାଉଚରା ପରେ ସନ୍ଦେହ କରାଯାଉଛି ଯେ ସୀମା ଜଣେ ଆଇଏସଆଇ ଏଜେଣ୍ଟ ହୋଇପାରନ୍ତି।
ପଚରାଉଚରା ସମୟରେ ସୀମା ଯେଉଁ ତଥ୍ୟ ଦେଇଛନ୍ତି ତାହା ସତ କି ନାହିଁ ଜାଣିବାକୁ ଏବେ ତଦନ୍ତ ତ୍ବରାନ୍ବିତ କରାଯାଇଛି। ତଦନ୍ତ ସମୟରେ ପୁଲିସ ସୀମାଙ୍କ ପାସପୋର୍ଟ, ପାକିସ୍ତାନୀ ପରିଚୟ ପତ୍ର ଏବଂ ତାଙ୍କ ପିଲାଙ୍କ ପାସପୋର୍ଟ ସମେତ ଅନ୍ୟ ଦଲିଲ ଜବତ କରିଥିଲା। ସୀମା ପାକିସ୍ତାନୀ ନାଗରିକ କି ନାହିଁ ତାହା ଯାଞ୍ଚ କରିବାକୁ ଏବେ ସେଗୁଡ଼ିକୁ ପାକିସ୍ତାନୀ ଦୂତାବାସକୁ ପଠାଇଛି ପୁଲିସ। ଏହା ସହ ସୀମା ହାଇଦରଙ୍କ ମୋବାଇଲ୍ ଫୋନର ଫରେନସିକ୍ ରିପୋର୍ଟକୁ ମଧ୍ୟ ପୁଲିସ ଅପେକ୍ଷା କରିଥିବା ଜଣାପଡ଼ିଛି।
କିଛି ଦିନ ତଳେ ସୀମାଙ୍କ ପ୍ରଥମ ସ୍ବାମୀ ଗୁଲାମ ହାଇଦର ଦାବି କରିଥିଲେ ଯେ, ସୀମାଙ୍କୁ ଭଲ ଟ୍ରେନିଂ ଦିଆଯାଇ ଭାରତ ପଠାଯାଇଛି। ସୀମା ଇଂରାଜୀ ଭଲ କହିପାରନ୍ତି ବୋଲି ମୁଁ ଜାଣିନଥିଲି। ସେ ପ୍ରଥମେ ଏତେ ଚାଲାକ ନଥିଲେ। ଏବେ ସେ ବହୁତ ବଦଳିଛନ୍ତି। ନିଶ୍ଚିତ ଭାବରେ ତାଙ୍କୁ ଟ୍ରେନିଂ ଦିଆଯାଇଥିବ। ଜଣେ ଏକାକୀ ମହିଳା ୪ସନ୍ତାନଙ୍କୁ ନେଇ ପାକିସ୍ତାନରୁ ଦୁବାଇ, ଦୁବାଇରୁ କାଠମାଣ୍ଡୁ ଏବଂ ଏହା ପରେ ଭାରତ ଯିବା ଏତେ ସହଜ ନୁହେଁ। ନିହାତି ଭାବରେ କାହାର ନା କାହାର ହାତ ରହିଛି। ନହେଲେ ପଞ୍ଚମ ପାସ୍ କରି ଏତେ ଭଲ ଇଂରାଜୀ ସେ କେମିତି କହୁଛନ୍ତି।

ad-week
Leave A Reply

Your email address will not be published.