ପାକିସ୍ତାନ ଚାଲି ଯାଇଥିବା ଝିଅ ଅଞ୍ଜୁକୁ ନେଇ ବାପାଙ୍କ ଚାଞ୍ଚଲ୍ୟକର ବୟାନ

add-all

ନୂଆଦିଲ୍ଲୀ: ଭାରତର ରାଜସ୍ଥାନରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ତାଙ୍କ ପ୍ରେମିକ ନସରୁଲ୍ଳା ବିବାହ କରିବାରକୁ ରାଜି ଥିବା କଥା ଗଣାମଧ୍ୟମରେ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଅଞ୍ଜୁଙ୍କୁ ବିବାହ କରିବା ସହ ତାଙ୍କ ପିଲାମାନଙ୍କୁ ବି ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବି ଖବର ସାମ୍ନାକୁ ଆସିଛି।
ଏହି ଘଟଣାକୁ ନେଇ ଅଞ୍ଜୁଙ୍କ ବାପା ଗୟା ପ୍ରସାଦ ପ୍ରତିକ୍ରିୟା ଦେଇ କହିଛନ୍ତି,‘ମୋ ଝିଅ ଅଞ୍ଜୁର ବିବାହ ଅରବିନ୍ଦ ମିନାଙ୍କ ସହିତ ହୋଇଥିଲା। ସମୟ ସମୟରେ ମୋ ଝିଅ ପାଗିଳି ଭଳି ବ୍ୟବହାର କରେ। ତେଣୁ ମୁଁ ତାର ସହିତ ଏତେ କଥାବାର୍ତ୍ତା କରେ ନାହିଁ। କାରଣ ସେ କେତେବେଳେ କ’ଣ କରେ ମୁଁ ବୁଝି ପାରେ ନାହିଁ।
ତେବେ ସେ ଯେଉଁଭଳି ଭାବେ ଜ୍ବାଇଁ ଅରବିନ୍ଦଙ୍କୁ ଲୁଚାଇ ରାଜସ୍ଥାନରୁ ପାକିସ୍ତାନ ଯାଇଛି ତାହା ଆଦୌ ଠିକ କରିନାହିଁ। ପିଲା ଓ ସ୍ବାମୀଙ୍କୁ ଛାଡ଼ି ଏମିତ କେଉଁ ସ୍ତ୍ରୀ ବା ମା’ ଚାଲି ଯାଇପାରେ? ମୁଁ ଅଞ୍ଜୁର ଏଭଳି ନିଷ୍ପତ୍ତିରେ ସହମତ ନୁହେଁ। ତେଣୁ ତାର ବିରୋଧରେ ଯାହାବି ପଦକ୍ଷେପ ନିଆଯିବ ସେଥିପାଇଁ ମୋର କୌଣସି ଆପତ୍ତି ନାହିଁ।
ତେବେ ପାକିସ୍ତାନର ଏକ ଖବର କାଗଜରେ ଭାରତୀୟ ମହିଳା ନିଜ ମିତ୍ରକୁ ଭେଟିବା ପାଇଁ ସୀମା ପାର କରି ଆସିଛନ୍ତି ବୋଲି ଶୀର୍ଷକ ଥାଇ ଖବର ପ୍ରକାଶ ପାଇଛି। ଏଥି‌ରେ ଅଞ୍ଜୁ ଜଣେ ଛାଡ଼ପତ୍ର ପ୍ରାପ୍ତ ମହିଳା ବୋଲି ଉଲ୍ଲେଖ ରହିଛି। ତେବେ ଏହି ଘଟଣ‌ାର କୌଣସି ଅଧିକାରିକ ଭାବେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ad-week
Leave A Reply

Your email address will not be published.