ଭୋକଉପାସରେ ଆମେରିକା ରାସ୍ତାରେ ପଡ଼ିଛନ୍ତି ସ୍ନାତକୋତ୍ତର ପଢ଼ିବାକୁ ଯାଇଥିବା ଭାରତୀୟ ଛାତ୍ରୀ

add-all

ହାଇଦ୍ରାବାଦ: ସ୍ନାତକୋତ୍ତର ପଢ଼ିବା ପାଇଁ ଆମେରିକା ଯାଇଥିବା ତେଲେଙ୍ଗାନାର ଜଣେ ଯୁବତୀଙ୍କ ଜିନିଷପତ୍ର ଚୋରି ‌ହୋଇଯିବାରୁ ସେ ଭୋକ ଓ ହତାଶାରେ ଚିକାଗୋ ରାସ୍ତାରେ ପଡ଼ି ରହିଥିବା ତାଙ୍କ ମାଆ କହିଛନ୍ତି।
ଏ ଘଟଣାରେ ହସ୍ତକ୍ଷେପ କରି ଝିଅ ସୟେଦା ଲୁଲୁ ମିହ୍ନାଜ୍‌ ଜାଇଦିଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ମାଆ ସୟେଦା ୱାହାଜ୍‌ ଫତିମା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି।
‘ଭାରତ ରାଷ୍ଟ୍ର ସମିତି’ର ନେତା ଖଲିଲ୍‌କ୍ବର୍‌ ରହମାନ୍‌ ଉକ୍ତ ଚିଠିକୁ ଟୁଇଟର୍‌ରେ ସେୟାର୍‌ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି।
ଚିଠିରେ ମାଆ ଫତିମା ଲେଖିଛନ୍ତି, ତେଲେଙ୍ଗାନାର ମୌଲା ଅଲି ବାସିନୀ ମୋ ଝିଅ ଲୁଲୁ ମିହ୍ନାଜ୍‌ ଜାଇଦି ୨୦୨୧‌ ଅଗଷ୍ଟରେ ଡିଟ୍ରଇଟ୍‌ରେ ଥିବା ‘ଟ୍ରାଇନି ବିଶ୍ବବିଦ୍ୟାଳୟ’ରେ ସ୍ନାତକତ୍ତୋର ଅଧ୍ୟୟନ କରିବାକୁ ଯାଇଥିଲା ଓ ଆମ ସହିତ ସବୁବେଳେ ଯୋଗାଯୋଗ ରଖିଥିଲା। କିନ୍ତୁ, ଗତ ଦୁଇ ମାସ ହେବ ଆମ ସହିତ ତା’ର ଯୋଗାଯୋଗ ନାହିଁ। ଅଳ୍ପ ଦିନ ତଳେ ଦୁଇଜଣ ହାଇଦ୍ରାବାଦୀ ଯୁବକଙ୍କଠାରୁ ଶୁଣିଲୁ ଯେ, କେହି ଜଣେ ତା’ର ଜିନିଷପତ୍ର ଚୋରାଇ ନେବାରୁ ସେ ବିଷାଦଗ୍ରସ୍ତ ହୋଇ ଖାଇବା ବିନା ମର ମର ଅବସ୍ଥାରେ ଆମେରିକାର ଚିକାଗୋ ରାସ୍ତାରେ ପଡ଼ି ରହିଛି।
ଝିଅକୁ ଭାରତ ଫେରାଇ ଆଣିବାରେ ସହାୟତା କରିବାକୁ ସେ ୱାସିଂଟନ୍‌ ଡି. ସି.ସ୍ଥିତ ଭାରତର ଦୂତାବାସ ଓ ଚିକାଗୋରେ ଥିବା ଇଣ୍ଡିଆନ୍‌ କନ୍‌ସୁଲେଟ୍‌କୁ ଅନୁରୋଧ କରିଛନ୍ତି। ମହମ୍ମଦ୍‌ ମିଞ୍ଝା ଅଖ୍‌ତର୍‌ଙ୍କ ସାହାଯ୍ୟରେ ଝିଅର ସନ୍ଧାନ ମିଳିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.