ଇସଲାମ ଗ୍ରହଣ କରିବା ପରେ ବୁର୍ଖା ପିନ୍ଧିଲେ ଅଞ୍ଜୁ, ଭାଇରାଲ ହେଲା ଭିଡିଓ

add-all

ମୁମ୍ବାଇ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ବୁର୍ଖା ପିନ୍ଧି ରାତ୍ରୀ ଭୋଜନ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓକୁ ଜଣେ ପାକିସ୍ତାନୀ ସାମ୍ବାଦିକ ସେୟାର କରିଛନ୍ତି। ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ବର୍ତ୍ତମାନ ଫାତିମା ପାଲଟିଛନ୍ତି। ସେ ଇସଲାମ ଧର୍ମ ଗ୍ରହଣ କରିବା ପରେ ନସରୁଲ୍ଲାଙ୍କୁ ବିବାହ କରିଥିବା ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି।
ବିବାହ ପରେ ଅଞ୍ଜୁ, ନସରୁଲ୍ଲା ଓ ତାଙ୍କର କିଛି ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ୩୪ବର୍ଷୀୟ ଅଞ୍ଜୁ ଉତ୍ତରପ୍ରଦେଶର କୈଲୋର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦ ଏବଂ ପିଲାମାନଙ୍କ ସହିତ ରାଜସ୍ଥାନର ଅଲୱରରେ ରହୁଥିଲେ। ୨୦୧୯ମସିହାରେ ତାଙ୍କର ଫେସବୁକରେ ପାକିସ୍ତାନର ୨୯ବର୍ଷିୟ ନସରୁଲ୍ଲାଙ୍କ ସହ ବନ୍ଧୁତା ହୋଇଥିଲା। ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି। ଅଞ୍ଜୁ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଅଞ୍ଜୁ ଜଣେ ଖ୍ରୀଷ୍ଟିଆନ ଥିଲେ।

ad-week
Leave A Reply

Your email address will not be published.