ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ

add-all

ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ ବାର୍ଷିକ ୮୮.୬୪ ଲକ୍ଷ ଟଙ୍କାର ବେତନ ପାଉଛନ୍ତି ଯାହା ସମଗ୍ର ବିଶ୍ବରେ ସବଆଧିକ। ଗତବର୍ଷ ତୁଳନାରେ ସେଠାରେ ହାରାହାରି ବେତନ ୩ ପ୍ରତିଶତ ହ୍ରାସ ପାଇବା ସତ୍ତ୍ବେ ସାଉଦି ଏକ ନମ୍ବର ସ୍ଥାନରେ ରହିଛି।
କର୍ମଚାରୀମାନଙ୍କ ଲାଗି ସବୁଠୁ ମହଙ୍ଗା ଦେଶ ହେଉଛି ବ୍ରିଟେନ୍। ଜାପାନ ଓ ବ୍ରିଟେନ୍‌ରେ ପ୍ରବାସୀଙ୍କ ବେତନରେ ଅନ୍ତର ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟେନ୍‌ରେ କର୍ମଚାରୀଙ୍କୁ ମିଳୁଥିବା ବେତନରେ ମୂଳ ବେତନ, ଟିକସ, ରହଣୀ, ସ୍କୁଲ ଖର୍ଚ୍ଚ ଆଦି ସୁବିଧା ରହିଛି। ପ୍ରବାସୀଙ୍କ ପାଇଁ ସେଠାରେ ହାରାହାରି ବାର୍ଷିକ ବେତନ ୩.୬୨ କୋଟି ଟଙ୍କା ଥିବା ବେଳେ ବେତନର ଭାଗ ସେଥିରେ ହେଉଛି ମାତ୍ର ୧୮ ପ୍ରତିଶତ। ପ୍ରବାସୀଙ୍କ ପାଇଁ ହଂକଂ ପଞ୍ଚମ ସବୁଠୁ ମହଙ୍ଗା ହେବ ହୋଇଥିବା ବେଳେ ସିଙ୍ଗାପୁର ୧୬ତମ ସ୍ଥାନରେ ରହିଛି। ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ଜାପାନ, ଭାରତ ଓ ଚୀନ।

ad-week
Leave A Reply

Your email address will not be published.