ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

add-all

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି।

ଗତ ବର୍ଷ ବିଏମସି ପକ୍ଷରୁ ଡ୍ରୋନ୍ ଭେଳିକି ଆରମ୍ଭ ହୋଇଥିଲା। ଜଳାଶୟରେ କୀଟନାଶକ ଛିଞ୍ଚନ କରାଯାଇଥିଲା। ହେଲେ ଚଳିତ ବର୍ଷ ବିଏମସି ପକ୍ଷରୁ ଏଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ଏକାମ୍ର ହାଟ ଭିତରେ ଥିବା ଜଳ ଫୁଆରରେ ଦୀର୍ଘଦିନ ହେଲା ପାଣି ଜମି ରହିଛି। ସ୍ଥିର ପାଣି ଯୋଗୁଁ ଡଙ୍ଗୁ ମଶା ଅଣ୍ଡା ଦେଲେଣି। ସେହିପରି ପାର୍କରେ ଥିବା ଛୋଟ ଛୋଟ ଜଳାଶୟରେ ବି ସମାନ ଅବସ୍ଥା। ଅନେକ ଜଳାଶୟରେ ଦଳ ପଚିଲାଣି।

ମଶା କାମୁଡାରେ ଡହଳ ବିକଳ ହେଲେଣି ଲୋକେ। ଡେଙ୍ଗୁ ସ୍ଥିତି ହୁ ହୁ ହୋଇ ବଢିଚାଲିଛି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ୪୧ ରୋଗୀ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ବୁଧବାର ୩୮ ଏବଂ ଗୁରୁବାର ରୋଗୀଙ୍କ ସଂଖ୍ୟା ୪୩କୁ ପହଞ୍ଚିଲାଣି। ବର୍ତ୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ୩୦୦ ମୁହାଁ। ଏଦିଗରେ ବିଏମସି କେବେ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.