ଯନ୍ତ୍ରଣା ବଖାଣିଲେ ଅଞ୍ଜୁ,‘ମୋତେ ଭାରତ ଫେରିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ’

add-all

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଆସିଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି । ନିକଟରେ ଅଞ୍ଜୁ ଦୁଃଖ ବଖାଣି କହିଛନ୍ତି, ‘‘ମୋତେ ଭାରତ ଆସିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ। ସେ ମୋ ନାମରେ ଏମିତି ଅପପ୍ରଚାର କରିଛନ୍ତି, ଯାହାଫଳରେ ମୋତେ ସେଠାରେ କେହି ଗ୍ରହଣ କରିବେ ନାହିଁ ।ଏଭଳି ପରିସ୍ଥିତିରେ ମୁଁ ଭାରତ ଯାଇ କାହିଁକି ହନ୍ତସନ୍ତ ହେବି? ଦେଖିବାକୁ ଗଲେ ମୁଁ ପାକିସ୍ତାନରେ ସୁରକ୍ଷିତ ଅଛି। କେହି ମୋ ଉପରେ କୌଣସି ଚାପ ପକାଉ ନାହାନ୍ତି। ମୁଁ ସ୍ବାଧୀନ ଭାବେ ଏଠାରେ ରହୁଛି।’’ ଉପରୋକ୍ତ ମନ୍ତବ୍ୟ ଦେଇ ଅଞ୍ଜୁ ଏକପ୍ରକାର ସ୍ପଷ୍ଟ କରିଛନ୍ତି ଯେ ସେ ପାକିସ୍ତାନରୁ ଭାରତ ଫେରିବାକୁ ଚାହୁନାହାନ୍ତି। ପୁଣି ଏଥିପାଇଁ ସେ ନିଜ ସ୍ବାମୀଙ୍କ ଉପରେ ଦୋଷ ଲଦିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନରୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ଖ୍ରୀଷ୍ଟିୟାନ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ଧର୍ମ ପରିବର୍ତ୍ତନ ପରେ ପାକିସ୍ତାନ ଖେବର-ପଖତୁନଖ୍ବାର ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି ଅଞ୍ଜୁ ।
ଗତ କିଛି ମାସ ତଳେ ଫେସବୁକରେ ଖେବରର ନସରୁଲ୍ଲାଙ୍କ ସହ ଅଞ୍ଜୁଙ୍କର ବନ୍ଧୁତା ହୋଇଥିଲା । ଫେସବୁକ ବନ୍ଧୁତା କିଛିଦିନ ମଧ୍ୟରେ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଅଞ୍ଜୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ରାଜସ୍ଥାନରେ ଛାଡ଼ି ପାକିସ୍ତାନ ପଳାଇ ଯାଇଥିଲେ ।
ଅଞ୍ଜୁଙ୍କ ପୀଡ଼ିତ ସ୍ୱାମୀ ଅରବିନ୍ଦ କହିଛନ୍ତି, ‘‘ବିଦେଶରେ ଚାକିରି ଆବେଦନ କରିବା ପାଇଁ ସେ ପାସପୋର୍ଟ ବନାଇଥିଲେ କିନ୍ତୁ ସ୍ତ୍ରୀ ଭିସା କେବେ ପ୍ରାପ୍ତ କଲା ମୁଁ ଜାଣିନାହିଁ। ତେଣୁ ଏ ଦିଗରେ ସରକାର କଡ଼ାକଡ଼ି ଯାଞ୍ଚ କରନ୍ତୁ। ଆଉ ସ୍ତ୍ରୀ ଅଞ୍ଜୁଙ୍କ ଭିସା ଓ ପାସପୋର୍ଟକୁ ରଦ୍ଦ କରନ୍ତୁ।’’

ad-week
Leave A Reply

Your email address will not be published.