ମଣିପୁର ହିଂସା ପ୍ରସଙ୍ଗରେ ମୁଖ୍ୟ ବିଚାରପତିଙ୍କୁ ସମାଲୋଚନା କରି ଗିରଫ ହେଲେ ରାଜନୀତିକ ବିଶ୍ଳେଷକ ବଦ୍ରୀ ଶେଷାଦ୍ରୀ

add-all

ଚେନ୍ନାଇ : ଜଣାଶୁଣା ପ୍ରକାଶକ ଓ ତଥାକଥିତ ରାଜନୀତିକ ବିଶ୍ଲେଷକ ବଦ୍ରୀ ଶେଷାଦ୍ରୀଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ୍‌। ସେ ମଣିପୁର ଓ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ।
କେନ୍ଦ୍ର ସରକାର ମଣିପୁର ହିଂସାକୁ ରୋକିବାକୁ ଉପଯୁକ୍ତ ପଦକ୍ଷେପ ନ ନେଲେ, ସୁପ୍ରିମକୋର୍ଟ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ। ଏହି ମତ ଉପରେ ଶେଷାଦ୍ରୀ ନିଜର ମତ ରଖି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି।
୫୮ ବର୍ଷୀୟ ଶେଷାଦ୍ରୀ କିଝାକ୍କୁ ପାଥିପାଗମର ପ୍ରତିଷ୍ଠାତା। ଏହି ସଂସ୍ଥାଟି ତାମିଲନାଡୁର ଅନ୍ୟତମ ବଡ଼ ପ୍ରକାଶନ ସଂସ୍ଥା ମଧ୍ୟରୁ ଅନ୍ୟତମ। ଶେଷାଦ୍ରୀ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ଟିଭି ଓ ୟୁଟ୍ୟୁବ ଚ୍ୟାନେଲରେ ନିଜର ପ୍ରତିକ୍ରିୟା ରଖନ୍ତି।
ଏହିକ୍ରମରେ ସେ ଜୁଲାଇ ୨୨ରେ ଗୋଟିଏ ୟଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ମଣିପୁର ପ୍ରସଙ୍ଗରେ ମତ ରଖିଥିଲେ। କେନ୍ଦ୍ର ସରକାର ମଣିପୁର ହିଂସାକୁ ରୋକିବାକୁ ଉପଯୁକ୍ତ ପଦକ୍ଷେପ ନ ନେଲେ, ସୁପ୍ରିମକୋର୍ଟ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିବା କଥାକୁ ସେ ବିରୋଧ କରିଥିଲେ।
ସେ ସଜେଆଇଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ “ଏବେ ଗୋଟିଏ ବନ୍ଧୁକ ଚନ୍ଦ୍ରଚୂଡ଼ଙ୍କୁ ଦିଆଯାଉ ଓ ତାଙ୍କୁ ମଣିପୁର ପଠାଯାଉ। ଏହାପରେ ସେ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସକ୍ଷମ ହେଉଛନ୍ତି କି ନାହିଁ, ଦେଖାଯାଉ।”
ସେ ଆହୁରି କହିଥିଲେ, “ମଣିପୁର ହେଉଛି ଗୋଟିଏ ପାହାଡ଼ିଆ ଓ ଜଟିଳ ଅଞ୍ଚଳ। ସେଠାରେ ହତ୍ୟାକାଣ୍ଡ ଘଟିବା ସ୍ୱାଭାବିକ ଘଟଣା। ସେଠାରେ ସୃଷ୍ଟି ହେଉଥିବା ହିଂସାକୁ ଆମେ ରୋକିପାରିବା ନାହିଁ।”
ତାଙ୍କର ଏପରି ବୟାନ ବିରୋଧରେ ଆଇନଜୀବୀ କବିୟାରାସୁ ପୁଲିସରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ସେଶାଦ୍ରି ନିଜ ବୟାନ ମାଧ୍ୟରେ ସୁପ୍ରିମକୋର୍ଟ ଓ ସିଜେଆଇଙ୍କୁ ସମାଲୋଚନା କରିଛନ୍ତି। ସେଶାଦ୍ରି ଦଙ୍ଗା ସୃଷ୍ଟି କରିବା ପାଇଁ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ନିଜର ବୟାନ ମାଧ୍ୟମରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓକିଲ ଜଣଙ୍କ ନିବେଦନ କରିଥିଲେ।
ପୁଲିସ୍‌ ଏହି ଅଭିଯୋଗକୁ ଆଧାର କରି ଆଜି ସକାଳୁ ସେଶାଦ୍ରିଙ୍କୁ ତାଙ୍କ ମୟଲାପୋରେ ସ୍ଥିତ ବାସଭବନରୁ ଗରିଫ କରିଛି।

ad-week
Leave A Reply

Your email address will not be published.