ଅନ୍ୟକୁ ଇସଲାମ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଅଞ୍ଜୁଙ୍କୁ ଚାକିରି ସହ ପ୍ଲଟ ଉପହାରରେ ଦେଲେ ପାକ୍ ବ୍ୟବସାୟୀ

add-all

ଇସଲାମାବାଦ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ ଯିବ‌ା ପରେ ଅଞ୍ଜୁ ଇସଲାମ ଗ୍ରହଣ କରିବା ସହ ତାଙ୍କର ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ବିବାହ ପରେ ଅଞ୍ଜୁଙ୍କୁ ବିଭିନ୍ନ ଉପହାର ମିଳୁଥିବାର ଖବର ମିଳୁଛି। ଜଣେ ପାକିସ୍ତାନୀ ବ୍ୟବସାୟୀ ଅଞ୍ଜୁଙ୍କୁ ଏକ ପ୍ଲଟ ଉପହାର ଦେଇଥିବା ସହ ତାଙ୍କ କମ୍ପାନିରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଏହା ସହିତ ସହାୟତା ରାଶି ଭାବରେ ତାଙ୍କୁ ଏକ ଚେକ୍ ମଧ୍ୟ ହସ୍ତାନ୍ତର କରାଯାଇଛି। ତେବେ ଚେକରେ କେତେ ପାକିସ୍ତାନୀ ଟଙ୍କା ଉଲ୍ଲେଖ କରାଯାଇଛି, ତାହା ଜଣାପଡ଼ି ନାହିଁ।
ପାକ୍ ଷ୍ଟାର୍ ଗ୍ରୁପ୍ ଅଫ୍ କମ୍ପାନିର ସିଇଓ ମୋହସିନ୍ ଖାନ୍ ଅବ୍ବାସି କହିଛନ୍ତି ଯେ ଅନ୍ୟ ଦେଶରୁ ଜଣେ ମହିଳା ପାକିସ୍ତାନ ଆସି ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ସେ ଯେମିତି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ ତାହା ଦେଖିବା ଆମର ଦାୟିତ୍ବ। ଆଗକୁ ଆମେ ଫାତିମାଙ୍କୁ ଚାକିରି ଦେବୁ, ଯାହାଦ୍ବାରା ସେ ଘରେ ବସି ଟଙ୍କା ଆୟ କରିପାରିବେ।
ଅଞ୍ଜୁଙ୍କୁ ଏଭଳି ଦାମୀ ଉପହାର ଦେବା ପ‌ରେ ମୋହସିନ୍ ଆହୁରି କହିଛନ୍ତି, ପାକିସ୍ତାନରେ ବି ବହୁତ ଧନୀ ଲୋକ ଅଛନ୍ତି। ସେମାନଙ୍କୁ ମୁଁ ଅନୁରୋଧ କରିବି ଯେ, ସେମାନେ ଆସି ଅଞ୍ଜୁଙ୍କୁ ଦାମୀ ଉପହାର ଦିଅନ୍ତୁ। ଭାରତରୁ ନିଜ ଘର ଏବଂ ପରିବାର ଛାଡି ପାକିସ୍ତାନ ଆସି ମୁସଲମାନ ହୋଇଥିବା ଅଞ୍ଜୁଙ୍କୁ ଭଲ ଅନୁଭବ କରାଇବା ପାଇଁ ପ୍ରୟାସ କରାଯିବା ଉଚିତ, ଯାହାଦ୍ବାରା ଅଞ୍ଜୁଙ୍କୁ ଦେଖି ଅନ୍ୟ ଲୋକମାନେ ଇସଲାମ ଧର୍ମ ଗ୍ରହଣ କରିବେ।

ad-week
Leave A Reply

Your email address will not be published.