ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲଙ୍କ ଆଶଙ୍କା, ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଭୂମିକା

add-all

ନୂଆଦିଲ୍ଳୀ : ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଶକ୍ତିର ଭୂମିକା। ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ଆଶଙ୍କା କରାଯାଇଛି। ଚୀନ୍‌ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ।

ବିଭିନ୍ନ ଉଗ୍ରବାଦୀ ସଂସ୍ଥାଙ୍କୁ ଦୀର୍ଘ ବର୍ଷ ଧରି ଚୀନରୁ ସହାୟତା ମିଳୁଥିବା କହିଛନ୍ତି ନର୍ଭାଣେ । ସୀମାନ୍ତ ରାଜ୍ୟଗୁଡ଼ିକରେ ଅସ୍ଥିରତା ଦେଶର ସୁରକ୍ଷା ପ୍ରତି ବିପଦ ସେ ଚେତାଇ ଦେଇଛନ୍ତି। ତେଣୁ ମଣିପୁରରେ ଘଟି ଯାଇଥିବା କାଣ୍ଡ ପଛରେ କୌଣସି ବିଦେଶୀ ଶକ୍ତିକୁ ଅସ୍ୱୀକାର କରିହେବନି ବୋଲି ନର୍ଭାଣେ କହିଛନ୍ତି ।

ad-week
Leave A Reply

Your email address will not be published.