ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ୩ ଅଧିକାରୀ ଗିରଫ, ୬୦ ଲକ୍ଷ ଜବତ

add-all

ନୂଆଦିଲ୍ଲୀ : ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ। ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି।

ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରଣାଳୟର ଡିଜି ଅଫିସରେ ଯୁଗ୍ମ ନିର୍ଦ୍ଦେଶକ ଓ ସିନିୟର ଟେକ୍ନିକାଲ ଆସିସଷ୍ଟାଣ୍ଟ ଭାବେ ନୂଆଦିଲ୍ଲୀରେ ନିଯୁକ୍ତି ପାଇଥିଲେ। ସେହିପରି ମନ୍ତ୍ରଣାଳୟର ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକ ଯିଏ ଏବେ ଚେନ୍ନାଇର କର୍ପୋରେଟ ଭବନରେ ଅଫିସିଆଲ ଲିକ୍ୟୁଡେଟର ଭାବେ କାମ କରୁଛନ୍ତି, ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ୩ ସରକାରୀ ବାବୁଙ୍କ ବ୍ୟତୀତ ମୁମ୍ବାଇ ଭିତ୍ତିକ ଘରୋଇ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସିବିଆଇ କାବୁ କରିଛି।

ଗିରଫ ଅଧିକାରୀମାନେ ଘରୋଇ କମ୍ପାନୀ ଠାରୁ ଲାଞ୍ଚ ନେଇ ବେଆଇନ କାମ କରୁଥିଲେ। କମ୍ପାନୀ ବେଆଇନ ଓ ଅନିୟମିତତା କରୁଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାର ଫାଇଲ ଗୁଡ଼ିକ ଯାଞ୍ଚ କରୁଥିଲା। ଏହାକୁ ରଫାଦଫା କରିବା ପାଇଁ ଖୋଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଲାଞ୍ଚ ନେଉଥିଲେ।

ଜୁଲାଇ ୨୮ରେ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ସିବିଆଇ ରଙ୍ଗେହାତ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ଅନୁସାରେ ଜଣେ ଯଗ୍ମ ନିର୍ଦ୍ଦେଶକ ୩ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରିବା ପରେ ସିବିଆଇ ଅନ୍ୟ ୩ ଜଣଙ୍କୁ ଧରିଛି।

ଯଗ୍ମ ନିର୍ଦ୍ଦେଶକ ମନଜୀତ ସିଂହ, ସିନିୟର ଟେକ୍ନିକାଲ ଆସିସଷ୍ଟାଣ୍ଟ ରୁହି ଅରୋରା ଓ ଚେନ୍ନାଇରେ କାର୍ଯ୍ୟରତ ମନ୍ତ୍ରଣାଳୟର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ପୁନୀତ ଡୁଗାଲ ଗିରଫ ହୋଇଛନ୍ତି। ମୁମ୍ବାଇରେ ଥିବା ଅଲୋକ ଇଣ୍ଡଷ୍ଟ୍ରୀଜର କର୍ମଚାରୀ ରେଶାବ ରାୟଜାଦାଙ୍କୁ ମଧ୍ୟ ସିବିଆଇ ବାନ୍ଧିଛି।

ଗିରଫଦାରୀ ପରେ ସିବିଆଇ ଅଧିକାରୀମାନେ ଦିଲ୍ଲୀ, ଗୁରୁଗ୍ରାମ ଓ ଚେନ୍ନାଇରେ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ନଗଦ ୫୯.୮୦ ଲକ୍ଷ ଟଙ୍କା ମିଳିଛି। ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଡିଜିଟାଲ ପ୍ରମାଣକୁ ମଧ୍ୟ ଜବତ କରାଯାଇଛି।

ad-week
Leave A Reply

Your email address will not be published.