ଶରଦ ପାୱାର କହିଲେ ପରିବର୍ତ୍ତନ ନିଶ୍ଚିତ

Independence

ମୁମ୍ବାଇ : ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ ପ୍ରସଙ୍ଗରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମଥର ମୁହଁ ଖୋଲିଛନ୍ତି। ଏନସିପି, ଶିବସେନା ଓ କଂଗ୍ରେସ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତିମାନେ ପରିବର୍ତ୍ତନ ନିଶ୍ଚିତ ବୋଲି ଶ୍ରୀ ପାୱାର କହିଛନ୍ତି।
ସେ କହିଛନ୍ତି, “ମୁଁ ଏଠାରେ ଅଛି। କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ଓ ଶିବସେନା(ୟୁବିଟି) ସଭାପତି ଉଦ୍ଧବ ଠାକରେ ମଧ୍ୟ ଏଠାରେ ଅଛନ୍ତି। ଯଦି ଆମେ ହାତ ମିଳାଇଛୁ, ତା’ହେଲେ ପରିବର୍ତ୍ତନ ନିଶ୍ଚିତ। ଏହାକୁ ନିର୍ଦ୍ଦିଷ୍ଟ ଭାବେ କହିବାର କୌଣସି ଆବଶ୍ୟକ ନାହିଁ।”
ଭିକେ ରାଜୱାଡେ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ବହି ଉନ୍ମୋଚନ କାର୍ଯ୍ୟକ୍ରମ ବେଳେ ଶରଦ ପାୱାର ଏପରି କହିଛନ୍ତି। ଏହି ସମୟରେ ଉଦ୍ଧବ ଠାକରେ ଓ ବାଲାସାହେବ ଥୋରାଟ ମଧ୍ୟ ଉପସ୍ଥିତ ଥିଲେ।
ଶ୍ରୀ ପାୱାର ଆହୁରି କହିଛନ୍ତି, “ଏବେ ସରକାରଙ୍କ ସହ ଆଲୋଚନା କରିବା କଷ୍ଟକର। ମୁଁ ନିଶ୍ଚିତ ଯେ ଆଗକୁ ରାସ୍ତା ବାହାରିବ। ଥରେ ବିବାଦ ଶେଷ ହେବା ପରେ, ସରକାର ଫାଉଣ୍ଡେସନକୁ ରିସର୍ଚ୍ଚ କାମରେ ସହାୟତା କରିବାକୁ ବାଧ୍ୟ ହେବେ।” ସଂସ୍ଥା ପକ୍ଷରୁ ସରକାରୀ ସହାୟତା କଥା ଦାବି କରାଯିବାରୁ ପାୱାର ଏପରି କହିଛନ୍ତି।
ନିଜର ମତ ରଖିବା ବେଳେ ମୁମ୍ବାଇ ମରାଠୀ ଗ୍ରନ୍ଥ ସଂଗ୍ରହାଳୟ ପ୍ରତି ଉଦ୍ଧବ ଠାକେରଙ୍କ ଯୋଗାଦାନକୁ ଶ୍ରୀ ପାୱାର ମନେପକାଇଥିଲେ। ଉଦ୍ଧବ ଠାକରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲା ସେତେବେଳେ ସେ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ସହାୟତା କରିଥିଲେ।

ad-week
Leave A Reply

Your email address will not be published.