ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଲା ବିଜେପି..

add-all

ମାଲକାନଗିରି କୁଡୁମୁଲୁଗୁମ୍ମା ତା – ୩୧/୦୭/୨୩ ରିଖ ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଲେ ଖଇରପୁଟ ମଣ୍ଡଳ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା। ଖଇରପୁଟ ବ୍ଲକ ଠାରେ ଆଜି ବୁଥ ସାଂସଦ କୁ ନେଇ ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା କିନ୍ତୁ ଡାକିବା ପରେ ଏକ ଘଣ୍ଟାରୁ ଦୁଇ ଘଣ୍ଟା ବିତି ପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କୋୟା ନ ଆସିବାରୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇ ଥିଲେ। ତା ପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କୋୟା ପୋଲିସ ଅଧିକାରୀ ମାନଙ୍କ ସହ ଆସି ଦଳୀୟ କର୍ମୀ ମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ କିନ୍ତୁ ତା ପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କୋୟା ଅନୁରୋଧ କରିବା ପରେ ତାଲା ଖୋଲା ଯାଇଥିଲା। ଏହି ଅବସରରେ ଖଇରପୁଟ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ, ପୂର୍ବତନ ବିଧାୟକ ପାର୍ଥୀ ପଦୁ ମାଝି, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା, ମଣ୍ଡଳ ଉପ ସଭାପତି ସମା ଧାଙ୍ଗଡାମାଝି, ମଣ୍ଡଳ ସାଧାରଣ ସମ୍ପାଦକ ଗୁଣନିଧି ନାୟକ, ମଣ୍ଡଳ ସମ୍ପାଦକ ବାଲାରାଜୁ କଟରୀ ମାନଙ୍କ ସହ କର୍ମୀ ମାନେ ଉପସ୍ଥିତ ଥିଲେ। ଖଇରପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କୋଇଆ ଅଞ୍ଚଳ ଲୋକଙ୍କ ସମସ୍ୟା ବୁଝୁନ ଥିବା ବେଳେ ଏକ ନିର୍ଦ୍ଧାରିତ ଦଳକୁ ଧରି ମନମୁଖୀ ଶାସନ ଚଲାଉଥିବା ଜଣା ପଡିଛି। ଏହି ପରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପ୍ରତି ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.