ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

add-all

ବ୍ରହ୍ମପୁର: ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା ।
ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ ।ଉଲ୍ଲେଖ ଥାଉ କି ୧୯୯୮ ମସିହାରେ ଗଂଜାମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଏକ ସଭା ହୋଇଥିଲା। ସଭା ଚାଲିଥିବାବେଳେ ହଠାତ୍‌ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୁଲିସ୍‌ ଆର୍‌ଆଇ(ରିଜର୍ଭ ଇନ୍ସପେକ୍ଟର) ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ୨୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇସାରିଛି । ଆଉ ଏବେ ନାରାୟଣଙ୍କ ସମେତ ୧୩ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି |

ad-week
Leave A Reply

Your email address will not be published.