ଭୁବନେଶ୍ୱର ଏମ୍‌ସ ପାଚେରୀ ଭୁଶୁଡ଼ି ୩ ଆହତ

add-all

ଭୁବନେଶ୍ବର : ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଦୁଇ ଜଣ ଏମ୍‌ସ ହାଉସ୍‌ କିପିଂ ଷ୍ଟଫ୍‌ ଅଛନ୍ତି। ବର୍ଷା ସମୟରେ ପାଚେରୀ ପାଖ ଦୋକାନରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ପାଚେରୀଟି ଭୁଶୁଡ଼ି ପଡ଼ିଥିଲା।
ଏମ୍‌ସ ଧର୍ମଶାଳା ପାଚେରୀକୁ ଲାଗି ରହିଥିଲା ଗୋଟିଏ ଦୋକାନ। ଲଗାଣ ବର୍ଷା ଯୋଗୁ ସେହି ଦୋକାନରେ କିଛି ଲୋକ ଆଶ୍ରୟ ନେଇଥିଲେ। ସନ୍ଧ୍ୟା ପ୍ରାୟ ୬ରୁ ସାଢ଼େ ୬ଟା ବେଳେ ହଠାତ୍‌ ପାଚେରୀଟି ଭୁଶୁଡ଼ି ଦୋକାନ ଉପରେ ପଡ଼ିଥିଲା। ଦୋକାନ ଭିତରେ ଥିବା ଏମ୍‌ସର ଦୁଇ ହାଉସ୍‌ କିପିଂ ଷ୍ଟାଫ୍‌ ଓ ଦୋକାନୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍‌ସ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ୧୦ରୁ ୧୨ ଫୁଟ୍‌ ଲମ୍ୱର ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି।
ଆଜି ଅପରାହ୍ନରେ ହୋଇଥିବା ବର୍ଷାରେ ରାଜଧାନୀ ବେହାଲ ହୋଇଛି। ଘର ବାହାରେ ଓ ଭିତରେ ଲହଡି ମାରୁଛି ବର୍ଷା ପାଣି। ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିବା ବେଳେ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ମଧ୍ୟ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଅଖିଆ ପତିଆ ଉଚ୍ଚା ସ୍ଥାନରେ ବସିଛନ୍ତି।

ad-week
Leave A Reply

Your email address will not be published.