୭ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

add-all

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡ଼. ମୋହନ ଭାଗବତ ଆଜିଠାରୁ ୭ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ସୋମବାର ଓଡ଼ିଶା ଗସ୍ତରେ ବାହାରି ଭୁବନେଶ୍ୱର ପହଞ୍ଚିବେ। ଏହି ଗସ୍ତ ସମୟରେ ଡ଼. ଭାଗବତ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ ପାଠ୍ୟକ୍ରମ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହାପରେ ସେ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ। ଡ଼. ଭାଗବତ ୭ ଦିନିଆ ଓଡ଼ିଶା ଗସ୍ତ ସାରି ଅଗଷ୍ଟ ୬ ତାରିଖ ଦିନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.