ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ, ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ: ଶହବାଜ ଶରିଫ

add-all

ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ? ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତାର ଅଫର ମିଳିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତା ପାଇଁ ଭାରତକୁ ଏବେ ଅଫର ମିଳିଥିବା କୁହାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି ଯେ ଯୁଦ୍ଧ ଏକ ବିକଳ୍ପ ନୁହେଁ। ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।
ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି ଯେ ଯଦି ଭାରତ ଦୁଇ ଦେଶର ସ୍ଥିତିକୁ ନେଇ ଗମ୍ଭୀର, ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ଗତ ୭୫ବର୍ଷ ମଧ୍ୟରେ ଆମେ ତିନୋଟି ଯୁଦ୍ଧ ଲଢ଼ିଛୁ। ହେଲେ ଏହି ଯୁଦ୍ଧ କେବଳ ଦାରିଦ୍ର, ବେକାରୀ ସମସ୍ୟା ଏବଂ ସମ୍ବଳ ଅଭାବକୁ ବଢ଼ାଇ ଦେଇଛି। ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ। ଶହାବାଜ ଶରିଫ ଏଠାରେ ୧୯୬୫(କଶ୍ମୀର ଯୁଦ୍ଧ), ୧୯୭୧ଯୁଦ୍ଧ (ବାଂଲାଦେଶର ବିଭାଜନ), ୧୯୯୯(କାର୍ଗିଲ ଯୁଦ୍ଧ) ବିଷୟରେ କହିଥିଲେ, ଯେଉଁ ତିନୋଟି ଯୁଦ୍ଧରେ ପାକିସ୍ତାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ପାକିସ୍ତାନ ଗୋଟିଏ ପଟେ ଶାନ୍ତି ବିଷୟରେ କହୁଥିବା ବେଳେ ଅନ୍ୟପଟେ ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାରେ ଲାଗିପଡ଼ିଛି। ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନ ୫ଟି ପରମାଣୁ ଅସ୍ତ୍ର କିଣି ସାରିଛି। ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା କାହାକୁ ଆକ୍ରମଣ କରିବା ପାଇଁ ନୁହେଁ ବରଂ ନିଜକୁ ରକ୍ଷା କରିବା ପାଇଁ କରାଯାଇଛି। କିନ୍ତୁ ଭଗବାନ ନକରନ୍ତୁ ପରମାଣୁ ଯୁଦ୍ଧ ପରି ପରିସ୍ଥିତି କେବେ ଆସୁ। କାରଣ ମୁଁ ଜାଣେ ନାହିଁ ଯେ, ଯୁଦ୍ଧରେ କ’ଣ ଘଟିଥିଲା ତାହା କହିବା ପାଇଁ କେହି ଜୀବିତ ରହିବେ କି ନାହିଁ? ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ।

ad-week
Leave A Reply

Your email address will not be published.