ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡକୁ ଦିଲ୍ଲୀ ଆଣିଲା ସ୍ପେଶାଲ ସେଲ

add-all

ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ଅଣାଯାଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ତାଙ୍କୁ ଆଜେରବୈଜାନରୁ ଆଣିଛି। ଉଲ୍ଲେଖ ଥାଉ କି ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ମୁସେୱାଲାଙ୍କ ଉପରେ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସ ଚାର୍ଜସିଟ ଅନୁଯାୟୀ, ହତ୍ୟା ପଛରେ ଗୋଲ୍ଡି ବ୍ରାର ଷଡ଼ଯନ୍ତ୍ର କରିଥିଲା | ସଚିନ ବିଷ୍ଣୋଇ ହେଉଛି ଲରେନ୍ସ ବିଷ୍ଣୋଇର ଭଣଜା, ଯିଏ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଏହି ହତ୍ୟା ମାମଲାର ଅନୁସନ୍ଧାନ ଏନଆଇଏ କରୁଥିବାବେଳେ ଏପର୍ଯ୍ୟନ୍ତ ଏନଆଇଏ ଏହି ମାମଲାରେ ୧୬ ଜଣଙ୍କୁ ଗିରଫ କରିଛି। ସଚିନଙ୍କ ପୂର୍ବରୁ, ଜୁଲାଇ ୨୬ ରେ, ଲରେନ୍ସ ବିଷ୍ଣୋଇର ଅନ୍ୟ ଜଣେ ସହଯୋଗୀ ବିକ୍ରମ ବରାରକୁ ୟୁଏଇରୁ ଭାରତ ଅଣାଯିବା ପରେ ଗିରଫ କରାଯାଇଥିଲା। ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ମଧ୍ୟରେ ବିକ୍ରମ ବରାର ନାମ ମଧ୍ୟ ରହିଛି |
ଉଲ୍ଲେଖ ଥାଉ କି ସଚିନ ହତ୍ୟାକାଣ୍ଡ ପୂର୍ବରୁ ୨୧ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଭାରତରେ ଥିଲା । ଏହା ପରେ ସେ ଏକ ନକଲି ନାମରେ ପାସପୋର୍ଟ ତିଆରି କରି ଭାରତରୁ ପଳାୟନ କରିଥିଲା । ଅନୁସନ୍ଧାନରୁ ଜଣାପଡିଥିଲା ଯେ ସେ ତା ପାସପୋର୍ଟ ଦିଲ୍ଲୀର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟରୁ କରାଇଥିଲା । ସଚିନ୍ ବିଷ୍ଣୋଇର ନକଲି ପାସପୋର୍ଟ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଏକ ଠିକଣାରେ କରାଯାଇଥିଲା। ଏହି ନକଲି ପାସପୋର୍ଟରେ ସଚିନ ବିଷ୍ଣୋଇର ନକଲି ନାମ ତିଲକ ରାଜ ଟୁଟେଜା ଲେଖାଯାଇଥିଲା। ସଚିନ ବିଷ୍ଣୋଇ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପାଇଁ ପୁରା ଯୋଜନା ପ୍ରସ୍ତୁତ କରିଥିଲା । ସେ ହତ୍ୟାକାଣ୍ଡ ସାମିଲ ଥିବା ସୁଟରମାନଙ୍କ ପାଇଁ ଖାଦ୍ୟ, ଆଶ୍ରୟ, ଟଙ୍କା, ଯାନବାହାନର ବ୍ୟବସ୍ଥା କରିଥିଲା ଏବଂ ପରେ ଏକ ନକଲି ପାସପୋର୍ଟ ସାହାଯ୍ୟରେ ଭାରତର ଏକ ବିମାନ ବନ୍ଦରରୁ ଦୁବାଇକୁ ପଳାୟନ କରିଥିଲା। ପରେ ସେ ଦୁବାଇରୁ ଆଜେରବୈଜାନ ପଳାଇ ଯାଇଥିଲା ।

ad-week
Leave A Reply

Your email address will not be published.