ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ଯୁବତୀ ମୃତ

ବଲାଙ୍ଗୀର :ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବିଲେଇସରଡ଼ା ଗାଁରେ ବଜ୍ରପାତରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୀତା ଷାଣ୍ଢ (୨୭)।

ଦିନ ପ୍ରାୟ ୧୧ଟା ବେଳେ ରୀତା ଗାଁ ନିକଟସ୍ଥ ସୁକତେଲ ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲି ଯାଇଥିଲା।

ପୁଇଁତଳା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦେଇଛି।

ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟ ଅନ୍ୟ କିଛି ଅଞ୍ଚଳରେ ବର୍ଷା ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୭ ଜଣଙ୍କର ମୃତ୍ୟୁ ଖବର ଆସିଥିଲା।

ad-week
Leave A Reply

Your email address will not be published.