ଆଗ ଆତଙ୍କବାଦ ବନ୍ଦ କର..ତାପରେ ଆଲୋଚନା, ପାକିସ୍ତାନକୁ କହିଲା ଭାରତ

add-all

ନୂଆଦିଲ୍ଲୀ : ପାକିସ୍ତାନର ଆଲୋଚନା ପ୍ରସ୍ତାବ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବୟାନ ସାମ୍ନାକୁ ଆସିଛି । ପାକିସ୍ତାନ ସମେତ ଅନ୍ୟ ସମସ୍ତ ପଡ଼ୋଶୀ ଦେଶ ସହ ଭାରତ ସ୍ୱାଭାବିକ ସମ୍ପର୍କ ଚାହୁଁଛି ବୋଲି ମନ୍ତ୍ରଣାଳୟ ଦୋହରାଇଛି। କିନ୍ତୁ ତାପୂର୍ବରୁ ଆତଙ୍କବାଦ ବନ୍ଦ ହେବା ଦରକାର ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ବଳିତ ରିପୋର୍ଟ ଆମେ ଦେଖିଛୁ। ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ଆମେ ସବୁ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛୁ କିନ୍ତୁ ଏଥିପାଇଁ ଆତଙ୍କ ଓ ଶତ୍ରୁତାମୁକ୍ତ ବାତାବରଣ ରହିବା ଉଚିତ।
ପାକିସ୍ତାନରୁ ସୀମା ହାଇଦର ଏବଂ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଗୁପ୍ତାଙ୍କୁ ନେଇ ମଧ୍ୟ ସେ ବୟାନ ଦେଇଛନ୍ତି। ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପାକିସ୍ତାନ ଲଗାତାର କାଶ୍ମୀର ପ୍ରସଙ୍ଗ ଉଠାଉଛି। ଏହା କରି ସେମାନେ ଏକ ପ୍ରୋପାଗେଣ୍ଡା ( ବିଭ୍ରାନ୍ତିମୂଳକ ପ୍ରଚାର) କରିବାକୁ ଚାହୁଁଛି ଓ ତାହା କରିଚାଲିଛି । କିନ୍ତୁ ଆମେ ତାଙ୍କ ମିଥ୍ୟାପ୍ରଚାରକୁ ଗମ୍ଭୀରତାର ସହ ନେବାକୁ ଚାହୁଁନାହୁଁ ।
ଦୁଇଦିନ ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ଯେ, ପାକିସ୍ତାନ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ । କାରଣ ଦୁଇଦେଶ ପୂର୍ବରୁ ହିଁ ୩ ଥର ଯୁଦ୍ଧ ଲଢିଛନ୍ତି ଓ ତାବଦଳରେ ଦାରିଦ୍ର୍ୟ, କ୍ଷୁଧା ଆଦି ପାଇଛନ୍ତି । ଏଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏକ ବିକଳ୍ପ ନୁହେଁ ।

ad-week
Leave A Reply

Your email address will not be published.