କୋଇଲା ଭାଟିରୁ ମିଳିଲା କିଶୋରୀଙ୍କ ଦଗ୍ଧ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା

add-all

ଜୟପୁର : ରାଜସ୍ଥାନର ଭିଲୱାରା ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା। ଜଣେ କିଶୋରଙ୍କ ଦଗ୍ଧ ମୃତଦେହ ଗୋଟିଏ କୋଇଲା ଭାଟିରୁ ମିଳିଛି। ଭାଟି ନିକଟରୁ ତାଙ୍କ ଦଗ୍ଧ ମୃତଦେହର କିଛି ଅଂଶ, ଚପଲ ଓ ବ୍ରେସଲେଟ୍ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।
ପୁଲିସ୍‌ କହିଛି ଯେ ବୁଧବାର ସକାଳେ କିଶୋରୀ ଜଣଙ୍କ ତାଙ୍କ ମା’ଙ୍କ ସହ ମେଣ୍ଢା ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନ ସମୟରେ ମା’ ଘରକୁ ଫେରିଥିଲେ। ଝିଅ ଆଉ କିଛି ସମୟ ପରେ ଆସିବ ବୋଲି ସେ ଭାବିଥିଲେ। କିନ୍ତୁ ମଧ୍ୟାହ୍ନ ଯାଇ ଅପରାହ୍ନ ହୋଇଥିଲେ ହେଁ ଝିଅ ଆଉ ଘରକୁ ଫେରି ନଥିଲେ।
ଏହି ଖବର ପ୍ରଚାର ହେବା ପରେ ଝିଅଟିକୁ ତାଙ୍କ ସମ୍ପର୍କୀୟ ଓ ଗାଁ ଲୋକ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ପୁଲିସ୍‌ ଖବର ପାଇ ପରିବାର ଲୋକଙ୍କ ମିଶି ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ଏହି ସମୟରେ ଗୋଟିଏ ଖୋଲା କୋଇଲା ଭାଟି ନିକଟରୁ କିଶୋରୀଙ୍କ ବ୍ରେସଲେଟ ଓ ସ୍ଲିପର ମିଳିଥିଲା। ଏହାପରେ ଭାଟି ଭିତରୁ ତାଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଥିଲା।
ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ହତ୍ୟା ଓ ମୃତଦେହକୁ ପୋଡ଼ା ଯିବା ସମ୍ପର୍କରେ ଅଭିଯୋଗ ମିଳିଛି। ପ୍ରାଥମିକ ତଦନ୍ତରୁ ଝିଅଟିକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ଶବ ବ୍ୟବଚ୍ଛେଦ ପରେ ପୂରା ସତ ସାମ୍ନାକୁ ଆସିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ad-week
Leave A Reply

Your email address will not be published.