ଘାଟୀରୁ ଖସିଲା ପଥର : କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ

add-all

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ସକାଳେ ଜୁଡ଼ିଆ ଘାଟିରୁ ପଥର ଖସିଛି। ବଡ଼ ପଥରଟି ଗଡ଼ି ଆସି ୪୯ ନମ୍ବର ଜାତୀୟ ରାଜପଥ ମଝିରେ ପଡ଼ିଥିଲା। ସୌଭାଗ୍ୟକୁ ଏହି ସମୟରେ କୌଣସି ଗାଡ଼ି ସେହି ରାସ୍ତାରେ ଯାଉନଥିଲା। ତେବେ ଏହି କାରଣରୁ ଦୀର୍ଘ ସମୟ ଧରି ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ପଡ଼ିଥିବା ପଥରକୁ ହଟାଇବା ପାଇଁ ଜେସିବି ମେସିନ୍‌ ଲଗାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି।

ପଥର ଖସିବା ସ୍ଥାନର କିଛି ଦୂରରୁ ରାସ୍ତା ବନ୍ଦ କରାଯାଇଛି। ତେଣୁ ବଡ଼ବଡ଼ ଟ୍ରକ୍‌ ଓ ଟ୍ରେଲର ଗୁଡ଼ିକ ପାଇଁ ଯାତାୟାତରେ ସମସ୍ୟା ହୋଇଛି। ବର୍ଷା ଲାଗି ରହିଥିବାରୁ ଏଠାରେ ପୁଣିଥରେ ପଥର ଖସିବାର ଆଶଙ୍କା ରହିଛି। କିଛିବର୍ଷ ହେଲା ଜୁଡ଼ିଆ ଘାଟିରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଥିଲା। ସେତେବେଳେ ବ୍ୟାପକ ପାହାଡ଼ କଟା ଯାଇଥିଲା। ପାହାଡ଼ କଟା ହେବା ପରେ ଏଠାରେ ପଥର ଖଞ୍ଜାଯାଇ ଯେଉଁ ସୁରକ୍ଷାବାଡ଼ ନିର୍ମାଣ ହୋଇଛି ଏବଂ ତାରଜାଲି ଦିଆଯାଇଛି ପାହାଡ଼ ଉପରେ ଥିବା ବଡ଼ବଡ଼ ପଥର ଖଣ୍ଡକୁ ଅଟକାଇବା ପାଇଁ ଏହା ସମର୍ଥ ନୁହେଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.